ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି 

1,952

କନକ ବ୍ୟୁରୋ : ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବାରଟ ଓ ଅନୁଷ୍କା । ଏନେଇ ଟ୍ୱିଟ କରି ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି ।

ଟ୍ୱିଟ କରି ବିରାଟ ଲେଖିଛନ୍ତି, “ଆମକୁ ଏହି କଥା କହିବାକୁ ବହୁତ ଖୁସି ଲାଗୁଛି କି ଆମର ଝିଅ ହୋଇଛି । ଦୁଇ ଜଣ ଏବେ ଠିକ ଅଛନ୍ତି । ଆପଣ ମାନଙ୍କୁ ଭଲପାଇବା ପାଇଁ ଆମେ ରୁଣି ଅଟୁ । ଏହା ଆମର ସୌଭାଗ୍ୟ କି ଆମକୁ ଏହି ଖୁସି ମିଳିଛି ।”

୨୦୨୦ରେ ବିରାଟ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିବା ସହ ଏହି ଅନୁଷ୍କା ଗର୍ଭବତୀ ଥିବା ଖବର ଦେଇଥିଲେ । ଏହି ଖବର ପାଇବା ପରେ ଉଭୟଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଏବେ ଝିଅ ହେବାର ଖବର ପରେ ଏବେ ସେହି କୁନି ଝିଅର ଝଲକ ପାଇଁ ସମସ୍ତେ ଅନାଇ ବସିଛନ୍ତି ।