ମତ ସାବ୍ୟସ୍ତ କରିବେ କ୍ରିକେଟର କୋହଲି । ଭୋଟର ଆଇଡି ଦେଖାଇଲେ, କହିଲେ ‘ମୁଁ ବି ଭୋଟ୍ ଦେବି’ ।

412

କନକ ବ୍ୟୁରୋ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଭୋଟର ଆଇଡିକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀରେ ପୂର୍ଣ୍ଣଛେଦ ପଡ଼ିଛି । ଏନେଇ ବିରାଟ ନିଜ ଇଣ୍ଟାଗ୍ରାମ ଷ୍ଟୋରୀରେ ନିଜର ଭୋଟର ପରିଚୟପତ୍ରକୁ ସେୟାର କରିଛନ୍ତି । ଆଉ କହିଛନ୍ତି କି ଆସନ୍ତା ମେ’ ୧୨ ତାରିଖରେ ମତ ସାବ୍ୟସ୍ତ କରିବେ । ତେବେ ବିରାଟଙ୍କ ଏହି ଭୋଟର ପରିଚୟପତ୍ର ହରିୟାଣା ଗୁଡ଼ଗାଓଁର ଅଞ୍ଚଳରେ ପଞ୍ଜିକୃତ ଥିବା ଭୋଟର ପରିଚୟ ପତ୍ରରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ପୂର୍ବରୁ ବିରାଟ ଚଳିତ ଥର ଭୋଟ୍ ଦେଇନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । କାରଣ ବିରାଟ ମୁମ୍ବାଇରୁ ଭୋଟ୍ ଦେବାକୁ ଚାହୁଁଥିଲେ, କାରଣ ଏଠାରୁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଚଳିତଥର ଭୋଟ୍ ଦେଉଛନ୍ତି । ଏଥିପାଇଁ ବିରାଟ ଅନଲାଇନ ପ୍ରକ୍ରିୟା ଜରିଆରେ ଭୋଟ ଦେବା ପାଇଁ ଆବେଦନ କରିଥିଲେ । ଗତ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟାର ଶେଷଦିନ ଥିବାବେଳେ ବିରାଟ ବହୁତ ବିଳମ୍ବ କରିଦେଇଥିଲେ । ତେଣୁ ବିରାଟ ନିର୍ଦ୍ଦାରିତ ତାରିଖ ପୂର୍ବରୁ ଆବେଦନ ନକରି ବିଳମ୍ବ କରିବାରୁ ଭୋଟର ତାଲିକାରେ ତାଙ୍କ ନାଁ ଉଠିନଥିଲା । ସେଥିପାଇଁ ଚଳିତଥର ବିରାଟ ଭୋଟ୍ ନଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଆସନ୍ତା ମେ’ ୧୨ ତାରିଖରେ ଗୁଡଗାଁଓରେ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ଭୋଟ୍ ଦେବେ ବିରାଟ କୋହଲି ।