କନକ ବ୍ୟୁରୋ: ଜନ୍ମ ଦିନରେ ଶତକ ଭେଟି ଦେଇଛନ୍ତି ବିରାଟ କୋହଲି । ଆଜି ବିରାଟ କୋହଲିଙ୍କ ଜନ୍ମଦିନ ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିଛନ୍ତି ଯାହା ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଏହି ଶତକ ସହ ବିରାଟ ଦିନିକିଆରେ ୪୯ତମ ଶତକ ହାସଲ କରିଛନ୍ତି । ଆଉ ଏହି ରେକର୍ଡ କରିବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ସେହିପରି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩୦୦ରୁ ଅଧିକ ରନ କରିବ ବୋଲି ଫ୍ୟାନ ଆଶା ରଖିଛନ୍ତି ।