ଓଡ଼ିଶାରୁ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା । କେକ୍ କାଟି ବିରାଟଙ୍କ ବାର୍ଥ ଡେ’ ପାଳିଲେ ବିରାଟଙ୍କ ବଡ଼ ଫ୍ୟାନ୍ ।

216

କନକ ବ୍ୟୁରୋ: ରନ୍ ମେସିନ୍ ବିରାଟ କୋହଲିଙ୍କୁ ଓଡ଼ିଶାରୁ ଜନ୍ମ ଦିନର ଶୁଭେଚ୍ଛା । କିଙ୍ଗ୍ କୋହଲିଙ୍କ ଜନ୍ମ ଦିନ ପାଳିଲେ ତାଙ୍କ ବଡ଼ ଫ୍ୟାନ୍ ପିଣ୍ଟୁ ବେହେରା । ସକାଳୁ ସକାଳୁ ବ୍ରହ୍ମପୁରରେ ବିରାଟଙ୍କ ବିରାଟ ବଡ଼ ବାର୍ଥ ପୋଷ୍ଟର ଲଗାଇ ସେଲିବ୍ରେସନ୍ କରିଛନ୍ତି ଓଡ଼ିଆ ପୁଅ । ସାଙ୍ଗ ମାନଙ୍କ ସହ କେକ୍ କାଟି କିଙ୍ଗ୍ କୋହଲିଙ୍କୁ ନିଆରା ବାର୍ଥ ଡେ’ ଜଣାଇଛନ୍ତି ।

ତେବେ ବିରାଟଙ୍କ ବଡ଼ ପ୍ରଶଂସକ ଭାବେ ଜଣାଥିବା ଓଡ଼ିଆ ପୁଅ ପିଣ୍ଟି ବେହେରା ସବୁଥର ଭଳି ଏଥର ମଧ୍ୟ ଦେହରେ ଥିବା ବିରାଟଙ୍କ ଅନେକ ଟାଟୁକୁ ଦେଖାଇଛନ୍ତି । ଏବଂ ଜଣକର ଫ୍ୟାନ୍ କିଭଳି ହେବା ଦରକାର ତାହାର ସଜ୍ଞା ମଧ୍ୟ ବୁଝାଇଛନ୍ତି ।

୩୨ ବର୍ଷରେ ପାଦ ଥାପିଥିବା ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ ତଥା ବିଶ୍ୱ କ୍ରିକେଟ ଜଗତର ରନ୍ ମେସିନ୍ କୁହାଯାଉଥିବା କୋହଲିଙ୍କୁ କନକ ନ୍ୟୁଜ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।