ବିରାଟଙ୍କ ବିଶ୍ୱରେକର୍ଡ । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ଲଗାଇଲେ ବିଜୟର ଅର୍ଦ୍ଧଶତକ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲା ବିସିସିଆଇ ।

Advertisment
ବିରାଟଙ୍କ ବିଶ୍ୱରେକର୍ଡ । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ଲଗାଇଲେ ବିଜୟର ଅର୍ଦ୍ଧଶତକ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲା ବିସିସିଆଇ ।

କନକ ବ୍ୟୁରୋ :  ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ବିଜୟ ସହ ନୂଆ ବିଶ୍ୱରେକର୍ଡ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଛନ୍ତି କୋହଲି । ପୂର୍ବରୁ ଦିନିକିଆ ଓ ଟି-୨୦ରେ ବିରାଟ ବିଜୟର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ବିଜୟ ହାସଲ ସହ ଟେଷ୍ଟ କ୍ରିକେଟରେ ମଧ୍ୟ ୫୦ତମ ବିଜୟ ହାସଲ କରିଛନ୍ତି କ୍ୟାପଟେନ କୋହଲି । ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

ବିରାଟଙ୍କ ଏହି ସଫଳତା ପାଇଁ ବିସିସିଆଇ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛି ।  ଟ୍ୱିଟ୍ କରି ବିସିସିଆଇ କହିଛି, ପ୍ରଥମ ଖେଳାଳୀ ଭାବେ ପ୍ରତି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଥିବା କ୍ୟାପଟେନ କୋହଲିଙ୍କୁ ଶୁଭେଚ୍ଛା । ଏଯାବତ୍ ବିରାଟ କୋହଲି, ମୋଟ ୯୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ସେଥିମଧ୍ୟରୁ ଭାରତ ୫୦ଟି ମ୍ୟାଚ୍ ଜିତିଛି। ବିରାଟ କୋହଲିଙ୍କ ଉପସ୍ଥିତିରେ ଭାରତ ମୋଟ ୨୮ଟି ଟେଷ୍ଟ ମ୍ୟାଚ ହାରିଥିବାବେଳେ ମୋଟ ୧୯ଟି ମ୍ୟାଚ ଡ୍ର ହୋଇଛି।

ସେହିଭଳି ଦିନିକିଆ କ୍ରିକେଟରେ ବିରାଟ କୋହଲି ମୋଟ ୧୫୩ଟି ଜିତିଥିବା ବେଳେ ୮୮ଟି ମ୍ୟାଚ୍ ହାରିଛନ୍ତି। ଏହା ସହ ଟି -୨୦ମ୍ୟାଚରେ ବିରାଟ କୋହଲି ଖେଳାଳି ଭାବରେ ମୋଟ ୫୯ଟି ମ୍ୟାଚ ଜିତି ୩୧ଟି ମ୍ୟାଚ ହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe