କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ବିଜୟ ସହ ନୂଆ ବିଶ୍ୱରେକର୍ଡ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଛନ୍ତି କୋହଲି । ପୂର୍ବରୁ ଦିନିକିଆ ଓ ଟି-୨୦ରେ ବିରାଟ ବିଜୟର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ବିଜୟ ହାସଲ ସହ ଟେଷ୍ଟ କ୍ରିକେଟରେ ମଧ୍ୟ ୫୦ତମ ବିଜୟ ହାସଲ କରିଛନ୍ତି କ୍ୟାପଟେନ କୋହଲି । ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ବିରାଟଙ୍କ ଏହି ସଫଳତା ପାଇଁ ବିସିସିଆଇ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛି । ଟ୍ୱିଟ୍ କରି ବିସିସିଆଇ କହିଛି, ପ୍ରଥମ ଖେଳାଳୀ ଭାବେ ପ୍ରତି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଥିବା କ୍ୟାପଟେନ କୋହଲିଙ୍କୁ ଶୁଭେଚ୍ଛା । ଏଯାବତ୍ ବିରାଟ କୋହଲି, ମୋଟ ୯୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ସେଥିମଧ୍ୟରୁ ଭାରତ ୫୦ଟି ମ୍ୟାଚ୍ ଜିତିଛି। ବିରାଟ କୋହଲିଙ୍କ ଉପସ୍ଥିତିରେ ଭାରତ ମୋଟ ୨୮ଟି ଟେଷ୍ଟ ମ୍ୟାଚ ହାରିଥିବାବେଳେ ମୋଟ ୧୯ଟି ମ୍ୟାଚ ଡ୍ର ହୋଇଛି।
Congratulations @imVkohli. The first player with 50 international wins in each format of the game.#TeamIndia pic.twitter.com/51zC4hceku
— BCCI (@BCCI) December 6, 2021
ସେହିଭଳି ଦିନିକିଆ କ୍ରିକେଟରେ ବିରାଟ କୋହଲି ମୋଟ ୧୫୩ଟି ଜିତିଥିବା ବେଳେ ୮୮ଟି ମ୍ୟାଚ୍ ହାରିଛନ୍ତି। ଏହା ସହ ଟି -୨୦ମ୍ୟାଚରେ ବିରାଟ କୋହଲି ଖେଳାଳି ଭାବରେ ମୋଟ ୫୯ଟି ମ୍ୟାଚ ଜିତି ୩୧ଟି ମ୍ୟାଚ ହାରିଛନ୍ତି।