କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆପଣ ଉଣା ଅଧିକେ ଜାଣିଥିବେ । ଏବେ କିନ୍ତୁ ସୋସିଆଲ ମିଡ଼ିଆରେ ଏହି ଯୋଡ଼ିଙ୍କ ଫଟୋକୁ ନେଇ ସରଗରମ ଚର୍ଚ୍ଚା । ଉଭୟ ନ୍ୟୁୟର୍କରେ ଥିବାବେଳେ ଏହି ଫଟୋକୁ ଅପଲୋଡ କରିଛନ୍ତି ବିରାଟ କୋହଲି ।
ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ଅଳ୍ପ ସମୟ ମଧ୍ୟରେ ୧୦ ଲକ୍ଷ ଲାଇକ୍ ମିଳିଛି । ବୁଧବାରଦିନ ଏହି ଫଟୋକୁ ବିରାଟ କୋହଲି ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ୨୦୧୭ ଆଇଫା ଆୱାର୍ଡ ସମାରୋହରେ ଯୋଗଦେବାକୁ ଅନୁଷ୍କା ଶର୍ମା ଏବେ ନ୍ୟୁୟର୍କରେ ଅଛନ୍ତି । ଆସନ୍ତାକାଲିଠାରୁ ଏହି ସମାରୋହ ଆରମ୍ଭ ହେବ । ସେହିଭଳି ୱେଷ୍ଟଇଣ୍ଡିଜ ସିରିଜ ପରେ ଏବେ ବିଶ୍ରାମ କରୁଛନ୍ତି ବିରାଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/anushka-759.jpg)