ସୋସିଆଲ୍ ମିଡିଆରେ ଝିଅର ଫଟୋ ସେଆର୍ କଲେ ଅନୁଷ୍କା । ନାଁ ରଖିଲେ ‘ଭାମିକା’

327

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀ ୧୧ ତାରିଖରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏବେ ସେମାନେ ପ୍ରଥମ କରି ତାଙ୍କ ଝିଅର ଫଟୋକୁ ସୋସିଆଲ୍ ମିଡିଆରେ ସେଆର୍ କରିବା ସହିତ ତା ନାଁ ବିଷୟରେ ସୂଚନା ଦେଇଛନ୍ତିି ।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ଓ ଝିଅ ସହ ନଜର ଆସୁଛନ୍ତି । ଏଥିସହ ତାଙ୍କ ନବଜାତ ଶିଶୁର ନାଁ ସେମାନେ ‘ଭାମିକା’ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନୁଷ୍କାଙ୍କ ଏହି ପୋଷ୍ଟ ପରେ ଏହି ଫଟୋ ଖୁବ ଭାଇରାଲ୍ ହେବାରେ ଲାଗିଛି । ଫ୍ୟାନମାନେ ବିରାଟ-ଅନୁଷ୍କାଙ୍କ ଝିଅକୁ ଖୁବ ସାରା ଭଲ ପାଇବା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ହେବା କଥା ସୂଚନା ଦେଇଥିଲେ । ଏହାପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଥମ ଟେଷ୍ଟ ଖେଳି ଭାରତ ଫେରିଆସିଥିଲେ । ଏହାପରେ ଜାନୁଆରୀ ୧୧ ତାରିଖରେ ଅନୁଷ୍କା ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇଥିଲେ ।