ମାହି ଦେବେ ମନ୍ତ୍ର, ବିଶ୍ୱବିଜେତା ହେବ ବିରାଟ ବାହିନୀ

Advertisment
ମାହି ଦେବେ ମନ୍ତ୍ର, ବିଶ୍ୱବିଜେତା ହେବ ବିରାଟ ବାହିନୀ

କନକ ବ୍ୟୁରୋ :ଟାର୍ଗେଟ୍ ଟି-୨୦ ବିଶ୍ୱକପ୍ । ଦୀର୍ଘ ୮ ବର୍ଷ ଧରି ଆଇସିସି ଟୁର୍ଣ୍ଣାମେଂଟରେ ଟ୍ରଫି ମରୁଡିର ଶିକାର ହୋଇଥିବା ଭାରତୀୟ କ୍ରିକେଟ ଦଳକୁ ଏଥର ଏକ ବିଶ୍ୱକପ୍ ଟ୍ରଫି ନଜର ଆସୁଛି । ଏହାକୁ ସାକାର କରିବାକୁ ବିସିସିଆଇ ଧୋନୀଙ୍କ ଶରଣ ପଶିଛି । ଟି ୨୦ ବିଶ୍ୱକପ ପାଇଁ ବୋର୍ଡ ଦଳ ଘୋଷଣା କରିଦେଇଛି । ଏତିକି ବେଳେ ଧୋନୀଙ୍କୁ କରିଛି ମେଂଟର । କାରଣ ଧୋନୀ ହିଁ ଜଣେ କ୍ୟାପଟେନ ଯେ କି ଆଇସିସିର ତିନୋଟି ଫର୍ମାଟର ଟାଇଟଲ ଦଳକୁ ଦେଇ ପାରିଥିଲେ । ଦୁଇଟି ବିଶ୍ୱକପ୍ ଜିତାଇ ପାରିଥିଲେ । କୋହଲି ଜଣେ ଖେଳାଳି ଭାବେ ବେଶ୍ ଶକ୍ତିଶାଳୀ କିନ୍ତୁ କ୍ୟାପଟେନ୍ ଭାବରେ ଦଳକୁ ସେତିକି ସଫଳତା ଦେଇପାରିନାହାନ୍ତି ।

ବର୍ତମାନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜ ଖେଳୁଛି । ଏହି ଟେଷ୍ଟ ସିରିଜ ସରିବା ପରେ ଆସନ୍ତା ମାସରେ ଖେଳିବାକୁ ପଡିବ ଟି ୨୦ ବିଶ୍ୱକପ୍ । ଏପରି ଏକ ସମୟରେ ଧୋନୀଙ୍କୁ ଟିମଇଣ୍ଡିଆର ମେଂଟର କରାଯାଇଛି । ତେବେ ଦଳରେ ରବି ଶାସ୍ତ୍ରୀ କୋଚ, ବିରାଟ କ୍ୟାପଟେନ ରହିଥିବାବେଳେ ମାହି ରହିବେ ମେଂଟର । ଏହାକୁ ଭାରତୀୟ ଦଳ ପାଇଁ ଭଲ ଖବର ବୋଲି କହିଛନ୍ତି ଗାଭାସ୍କର । ତେବେ ମୁଖ୍ୟ କୋଚ ରବି ଶାସ୍ତ୍ରୀ, କ୍ୟାପଟେନ କୋହଲି ଏବଂ ମାହିଙ୍କ ମଧ୍ୟରେ ରଣନୀତିକୁ ନେଇ କୌଣସି ଫାଟ ଦେଖା ନଦେଉ । କାରଣ ମ୍ୟାଚ ଜିତିବା ନେଇ ମାହି ହେଉଛନ୍ତି ସୁପର ପ୍ଲାନର । ଆଉ ତାକୁ ଯଦି ପଡିଆରେ କାମରେ ପରିଣତ କରାଯାଇନପାରେ , ତେବେ ଏହି ତିନି ଜଣଙ୍କ ମଧ୍ୟରେ ଦେଖାଦେଇପାରେ ଫାଟ ।
୮ ବର୍ଷ ଧରି ଆଇସିସି ଟ୍ରଫି ମରୁଡିରେ ଭାରତ
୨୦୨୧ ଟି ୨୦ ବିଶ୍ୱକପ୍ କୋହଲିଙ୍କ ପାଇଁ ଅଗ୍ନିପରୀକ୍ଷା
ବିଫଳ ହେଲେ କୋହଲିଙ୍କ ହାତରୁ ଖସିପାରେ କ୍ୟାପଟେନ ପଦ
ଭାରତ ଜିତିଲେ ଆଗକୁ ଧୋନି ହୋଇପାରନ୍ତି ମୁଖ୍ୟ କୋଚ

ସେହିପରି ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ମଧ୍ୟ ବୋର୍ଡର ଏପରି ନିଷ୍ପତିକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ଦଳକୁ ଏହା ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଜ୍ଞାନ ଓଝା । କୀର୍ତି ଆଜାଦ ମଧ୍ୟ ଭାରତୀୟ ଦଳ ପାଇଁ ଧୋନୀଙ୍କୁ ମେଂଟର କରାଯିବ ଖବରକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ଦଳ ଆଇସିସି ଟୁର୍ଣ୍ଣାମେଂଟରେ ଏହାର ଲାଭ ଉଠାଇବା ନେଇ ସେ ଆଶା କରିଛନ୍ତିା ବର୍ତମାନ ଭାରତୀୟ ଦଳ ସହିତ ମୁଖ୍ୟ କୋଚ ଅଛନ୍ତି ରବି ଶାସ୍ତ୍ରୀ । ତାଙ୍କ ଅଧୀନରେ ଦଳକୁ ଏକ ବିଶ୍ୱକପ୍ ବିଜୟ ଦେବାର ସୁଯୋଗ ବି ରହିଛି । ତେଣୁ କୌଣସି ପ୍ରକାର ମତଭେଦ ନରଖି ମାହି, ବିରାଟ ଓ ଶାସ୍ତ୍ରୀ ଭାରତକୁ ଆଉ ଏକ ବିଶ୍ୱକପ୍ ବିଜୟ ଦିଅନ୍ତୁ , ଏହା ଆଶା କରିବେ କ୍ରିକେଟ ପ୍ରେମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe