ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର ସଂଖ୍ୟା ୧୦୦ ମିଲିୟନ ଛୁଇଁଲା । ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ ।

164

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଅନେକ ରେକର୍ଡ ଅର୍ଜନ କରୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ ପାର୍ କରିଛି । ଯାହା ତାଙ୍କୁ ଏବେ ରେକର୍ଡ ବୁକରେ ସ୍ଥାନ ଦେଇଛି ।

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ୍ ପାର୍ କରିଛି । ତାଙ୍କ ପଛକୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋୟର ସଂଖ୍ୟା ୬୦.୮ ମିଲିୟନ ରହିଛି ଏବଂ ଶ୍ରଦ୍ଧା କପୁରଙ୍କ ଫଲୋୟର ସଂଖ୍ୟା ୫୮ ମିଲିୟନ ରହିଛି ।

କୋହଲିଙ୍କ ଆଗରେ ବିଶ୍ୱବିଖ୍ୟାତ ଫୁଟବଲ ଖେଳାଳି ରୋନାଲଡୋ ଓ ଲିଓନେଲ୍ ମେସି ଅଛନ୍ତି । ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ଏବେ ୨୬୫ ମିଲିୟନ ଥିବାବେଳେ ମେସିଙ୍କ ଫଲୋୟର ସଂଖ୍ୟା ୧୮୬ ମିଲିୟନ ରହିଛି । ସେହିପରି ବ୍ରାଜିଲର ଫୁଟବଲ ଖେଳାଳି ନିଏମାରଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ୧୪୭ ମିିଲିୟନ ।