ଟିଭି ଦେଖିବା ସମୟରେ ଫିଲ୍ମ ହେଉ କି ସିରିୟଲ, ମଝିରେ ବିଜ୍ଞାପନ ଦେଖିବାକୁ ମିଳିଥାଏ । ବିଜ୍ଞାପନ ଦେଖାଇବାର କାରଣ ହେଉଛି ବିଜ୍ଞାପନରେ ଦେଖିଆଯାଉଥିବା ଜିନିଷକ ବିଷୟରେ ଲୋକଙ୍କୁ ଅବଗତ କରାଇବା । ତେବେ ଆପଣ କେବେ ଘଣ୍ଟାର ବିଜ୍ଞାପନ ଦେଖିଛନ୍ତି କି? ଘଣ୍ଟାର ବିଜ୍ଞାପନରେ ସମୟ ସବୁବେଳେ ୧୦ଟା ବାଜି ୧୦ ମିନିଟ୍ ହୋଇଥାଏ । ଅର୍ଥାତ୍ ଲୋକଙ୍କ ଆଗରେ ଦେଖାଯାଉଥିବା ସମସ୍ତ ଘଣ୍ଟାରେ ୧୦ ବାଜି ୧୦ ମିନିଟ୍ ହୋଇଥାଏ । ଏହା ପଛରେ ରହିଛ ଏକ ସକରାତ୍ମକ କାରଣ । ଆସନ୍ତୁ ଜାମିବା...
ଘଣ୍ଟା ସବୁବେଳେ ୧୦. ୧୦ରେ ଦେଖାଯାଏ କାରଣ ଘଣ୍ଟା ଏହି ସମୟରେ ସିମେଟ୍ରିକ୍ ଲୁକ୍ ଦେଖାଯାଏ ଜ୍ଝ ମନୋବିଜ୍ଞାନ ଦୃଷ୍ଟିକୋଣରୁ ସମୃଦ୍ଧତାର ଯତ୍ନ ନିଆଯାଏ ଜ୍ଝ ମଣିଷ ଜିନିଷଗୁଡିକ ଦେଖିବାକୁ ପସନ୍ଦ କରେ ଯାହା ସମୃଦ୍ଧ ଅଟେ ଜ୍ଝ ତେଣୁ କଣ୍ଟା ଗୁଡିକୁ ସବୁବେଳେ ୧୦. ୧୦ରେ ରଖାଯାଇଥାଏ । କରଣ ୧୦. ୧୦ରେ କଣ୍ଟାଗୁଡ଼ିକ ଅଧିକ ସନ୍ତୁଳିତ
ଏହାର ଆଉ ଏକ କାରଣ ମଧ୍ୟ ରହିଛି । ଯେତେବେଳେ ମଣିଷ କୌଣସି କାର୍ଯ୍ୟରେ ସଫଳ ହୁଏ ସେତେବେଳେ ‘ଭିକ୍ଟ୍ରି’ର ସାଇନ୍ ଦେଖାଇଥାଏ । ଏହାକୁ ଦୃଷ୍ଟିରେ ରଖି ମଧ୍ୟ ଘଣ୍ଟାରେ ଭିକ୍ଟ୍ରି ସେପରେ କଣ୍ଟାଗୁଡିକୁ ରଖାଯାଇଥାଏ । ଯାହାଦ୍ୱାରା ଲୋକଙ୍କ ପାଖକୁ ଏକ ସକାରାତ୍ମକ ସନ୍ଦେସ ଯାଇଥାଏ ।
ବିଜ୍ଞାପନ ବେଳେ କାହିଁକି ଘଣ୍ଟାରେ ୧୦. ୧୦ ବାଜିଥାଏ? ଏହା ପଛରେ କଣ ରହିଛି କାରଣ, ଜାଣନ୍ତୁ...
Advertisment
Follow Us