ଚନ୍ଦ୍ରାଣୀ ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ୱେବ ପୋର୍ଟାଲ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କଲା ପୁଲିସ । ପୂର୍ବରୁ ୨ ବିଜେପି କର୍ମୀ ହୋଇଥିଲେ ଗିରଫ

Advertisment
ଚନ୍ଦ୍ରାଣୀ ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ୱେବ ପୋର୍ଟାଲ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କଲା ପୁଲିସ । ପୂର୍ବରୁ ୨ ବିଜେପି କର୍ମୀ ହୋଇଥିଲେ ଗିରଫ

କନକ ବ୍ୟୁରୋ : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ପୁଲିସ ରାଜଧାନୀ ଭୁବନେଶ୍ବରରୁ ଉଠାଇ ନେଇଛି।

ଅଭିଯୁକ୍ତ ଜଣକ ଏକ ୱେବ ଗଣମାଧ୍ୟମର ସାମ୍ବାଦିକ ବୋଲି ଜଣାପଡ଼ିଛି। କମିସନରେଟ୍ ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ରହି ସମ୍ପୃକ୍ତ ଯୁବ ସାମ୍ବାଦିକ ଏକ ୱେବ ଚ୍ୟାନେଲ ଚଳାଉଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ତାଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। କେନ୍ଦୁଝର ପୁଲିସ ଏନେଇ ମୁହଁ ଖୋଲୁନି। ପୂର୍ବରୁ ଟାଉନ ଥାନା ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି, କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଏହି ମାମଲାରେ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe