କନକ ବ୍ୟୁରୋ : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ପୁଲିସ ରାଜଧାନୀ ଭୁବନେଶ୍ବରରୁ ଉଠାଇ ନେଇଛି।
ଅଭିଯୁକ୍ତ ଜଣକ ଏକ ୱେବ ଗଣମାଧ୍ୟମର ସାମ୍ବାଦିକ ବୋଲି ଜଣାପଡ଼ିଛି। କମିସନରେଟ୍ ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ରହି ସମ୍ପୃକ୍ତ ଯୁବ ସାମ୍ବାଦିକ ଏକ ୱେବ ଚ୍ୟାନେଲ ଚଳାଉଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ତାଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। କେନ୍ଦୁଝର ପୁଲିସ ଏନେଇ ମୁହଁ ଖୋଲୁନି। ପୂର୍ବରୁ ଟାଉନ ଥାନା ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି, କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଏହି ମାମଲାରେ ଗିରଫ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/750421-arrest-121417.jpg)