ଅଜଗର ମୁହଁରେ ମାଙ୍କଡ । ଜୀବନ ବଞ୍ଚାଇବା ପାଇଁ କରୁଛି ସଂଘର୍ଷ । ଦେଖନ୍ତୁ ଭିଡିଓ…

କେମିତି ମୃତ୍ୟୁ ମୁହଁରୁ ନିଜର ଜୀବନ ବଞ୍ଚାଇବ ସେନେଇ କରୁଛି ସଂଘର୍ଷ

686

କନକ ବ୍ୟୁରୋ: ଅଜଗର ମୁହଁରେ ମାଙ୍କଡ । କେମିତି ମୃତ୍ୟୁ ମୁହଁରୁ ନିଜର ଜୀବନ ବଞ୍ଚାଇବ ସେନେଇ କରୁଛି ସଂଘର୍ଷ । ପାଖରେ ଥିବା ସାଥୀ ମାଙ୍କଡମାନେ ମଧ୍ୟ ଅଜଗର ମୁହଁରେ ଫସିଥିବା ନିଜ ସାଥୀକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି କିନ୍ତୁ ବିଶାଳ ଅଜଗର ମୁହଁରୁ ସାଥୀକୁ ଫେରାଇ ଆଣିବାରେ ବିଫଳ ହୋଇଛନ୍ତି ।
ଏ-ଡାଳରୁ ସେ-ଡାଳ ଡିଆଁ ମାରୁଛନ୍ତି । ଚିକ୍ରାର କରୁଛନ୍ତି । ସତେ ଜେପରି ଭଗବାନଙ୍କୁ ଡାକି କହୁଛନ୍ତି ‘ହେ ପ୍ରଭୁ ଆମ ସଥିକୁ ମୃତ୍ୟୁ ମୁହଁରୁ ଫେରାଇ ଆଣ’ ।
ଅଜଗର ନେଲା ମାଙ୍କଡର ଜୀବନ । ଥାଇଲାଣ୍ଡର ଥାଇ ନ୍ୟାସନାଲ ପାର୍କରୁ ଆସିଛି ଏହି ଦୁଃଖଦ ଘଟଣା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରକୃତରେ ଦଳେ ମାଙ୍କଡ ଭୋଜନ ସଂଗ୍ରହ କରୁଥିବା ବେଳେ ତନମଧ୍ୟରୁ ଗୋଟିଏ ମାଙ୍କଡ ଅଜଗର ହାବୁଡରେ ପଡିଯାଇଥିଲା । ଅଜଗର ମୁହଁରେ ପଡିବା ପରେ ନିଜ ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲା କିନ୍ତୁ ମୃତ୍ୟୁ ମୁଖରୁ ନିଜକୁ ବଞ୍ଚାଇପାରିନଥିଲା । ପାଖରେ ଥିବା ମାଙ୍କଡମାନେ ମଧ୍ୟ ସାଥୀକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କେବଳ ମାଙ୍କଡମାନେ ନୁହଁନ୍ତି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଅଜଗର ଠାରୁ ମାଙ୍କଡକୁ ବଞ୍ଚାଇବା ପାଇଁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ କୌଣସି ବି ଉଦ୍ୟମ ସଫଳ ହୋଇନଥିଲା । ଧିରେ ଧିରେ ଅଜଗର ମୁହଁରେ ମାଙ୍କଡର ପ୍ରାଣବାୟୁ ଉଡିଯାଇଥିଲା ।