ଇଣ୍ଟରନେଟରେ ଏବେ କେରଳର କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଯୁବକଙ୍କୁ ଚଳନ୍ତା ଗାଡ଼ି ଆଗକୁ ଡ଼େଉଁଥିବାର ଦେଖାଯାଇଛି । କେରଳରେ କିଛି ଯୁବକ ଚଳନ୍ତା ଗାଡ଼ି ଆଗକୁ ଡ଼େଇଁବା ସହ ଗାଡ଼ି ଆଗରେ ନାଚିବାକୁ ଲାଗୁଛନ୍ତି । ନିଜ ଜୀବନକୁ ଖାତିର ନକରି ସେମାନେ ଏପରି କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଲୁ ନିଲୁ ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଯୁବକମାନେ ଏପରି କରୁଥିବା ଜଣାପଡ଼ିଛି ।
ସୂଚନା ମୁତାବକ,କିଛି ଦିନ ତଳେ କିକି ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିରେ ଲୋକମାନେ ଚଳନ୍ତା ଗାଡ଼ିରୁ ବାହାରି ନାଚୁଥିବାର ଦେଖାଯାଇଥିଲା । ଏ ନେଇ ଅନେକ ବିରୋଧ କରାଯିବା ପରେ ଲୋକମାନେ କିକି ଚ୍ୟାଲେଞ୍ଜ କରିବା ବନ୍ଦ କରି ଦେଇଥିଲେ । ଏବେ କିକି ଚ୍ୟାଲେଞ୍ଜ ପରେ କେରଳରେ ନିଲୁ ନିଲୁ(ଷ୍ଟପ୍ ଷ୍ଟପ୍) ଚ୍ୟାଲେଞ୍ଜ ଆରମ୍ଭ ହୋଇଛି । ଯେଉଁ ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଲୋକମାନେ ଚଳନ୍ତା ଗାଡ଼ି ଆଗକୁ ଡ଼େଇଁ ନାଚୁଥିବା ଦେଖାଯାଇଛି । ଭିଡ଼ିଓରେ ଚଳନ୍ତା ବସ୍ ଏବଂ ବାଇକ୍ ଆଗକୁ ଲୋକେମାନେ ଡ଼େଇଁ ନାଚୁଥିବାର ଦେଖାଯାଇଛି । ଟିକ୍ ଟକ୍ ଆପ୍ ଦ୍ୱାରା ଏହି ଭିଡ଼ିଓ ରେକର୍ଡ଼ କରାଯାଇଥିବା ବେଳେ ଫେସବୁକ୍, ଟ୍ୱିଟର ଏବଂ ହ୍ଵାଟସଆପରେ ଏହା ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/nillu_nillu_challenge_1543047998_800x420.jpg)
/kanak/media/post_attachments/wp-content/uploads/2018/11/image-5-300x155.jpg)