ସାହସୀ ମହିଳାଙ୍କୁ ସଲାମ । ଭୁଲ ପାଶ୍ୱର୍ରେ ଯାଉଥିବାରୁ ବସ୍ ଆଗରେ ସ୍କୁଟି ଛିଡା କରିଦେଲେ ମହିଳା, ଆଉ ତା’ପରର ଦୃଶ୍ୟ ଭିଡ଼ିଓରେ ଦେଖନ୍ତୁ ।

12,585

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ସ୍କୁଟି ଚଳାଉଥିବା ମହିଳାଙ୍କର ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ସ୍କୁଟି ଚଳାଉଥିବା ଜଣେ ମହିଳା ବସ୍ ଆଗରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି । ତେବେ ରାସ୍ତା ମଝିରେ ବସ୍ ଆଗରେ ମହିଳା ଜଣଙ୍କ ସ୍କୁଟି ଧରି କାହିଁକି ଛିଡା ହୋଇଛନ୍ତି ତାହା ପ୍ରଥମେ ପ୍ରଥମେ କେହି ଜାଣି ପାରୁନଥିଲେ । ତେବେ ଭିଡ଼ିଓଟି ପୂରା ଦେଖିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଆଉ ଏଥିପାଇଁ ମହିଳାଙ୍କୁ ଚାରିଆଡୁ ପ୍ରଂଶସା କରାଯାଇଛି । ଭିଡ଼ିଓଟି କେରଳର ବୋଲି ଜଣାପଡିଛି ।

 

ଭାଇରାଲ ଭିଡ଼ିଓ ଅନୁଯାୟୀ, ମହିଳାଜଣଙ୍କ ଏକ ଲାଲ ରଙ୍ଗର ସ୍କୁଟି ଧରି ରାସ୍ତାର ଡ଼ାହାଣ ପାର୍ଶ୍ୱରେ ଠିଆ ହୋଇଛନ୍ତି । ତାଙ୍କୁ ଦେଖି ବିପରୀତ ଦିଗରୁ ଆସୁଥିବା ବସଟି ଅଟକି ଯାଉଛି । ପ୍ରଥମେ ବସ୍ ଚାଳକ କିଛି ବୁଝି ପାରି ନ ଥିଲେ ମଧ୍ୟ ପରେ ସେ ରାସ୍ତାର ଭୁଲ ପାର୍ଶ୍ୱରେ ବସ୍ ଆଣୁଥିବା ଜାଣି ପାରୁଛନ୍ତି । ଯାହା ପରେ ସେ ବସକୁ ଠିକ୍ ପାର୍ଶ୍ୱକୁ ନେଉଥିବା ଭିଡିଓରେ ଦେଖାଯାଇଛି । ରାସ୍ତାଟି ଓ୍ଵାନ୍ ୱେ ହୋଇଥିବାରୁ ଗୋଟେ ପଟେ ଗାଡ଼ିଗୁଡ଼ିକ ଯିବା ଆସିବା କରେ । କିନ୍ତୁ ବସ୍ ଚାଳକ ବାମ ପଟେ ଯିବା ପରିବର୍ତ୍ତେ ଡ଼ାହାଣ ପଟ ପାର୍ଶ୍ୱରେ ଗାଡ଼ି ଆଣୁଥିବାରୁ ମହିଳାଜଣଙ୍କ ତାଙ୍କୁ ଠିକ୍ ପାର୍ଶ୍ୱକୁ ଆଣିବା ପାଇଁ ଆଗରେ ଠିଆ ହୋଇ ଯାଇଥିଲେ ବୋଲି ଜଣାପଡ଼ିଛି ।