ଷ୍ଟାଡିୟମରେ ଚାଲିଥିଲା ଫୁଟବଲ୍ ମ୍ୟାଚ୍, ଘଟିଗଲା ଏମିତି ଘଟଣା । ଦେଖନ୍ତୁ ଭିଡିଓ…

190

କନକ ବ୍ୟୁରୋ : ଆମେରିକାର ମିଆମି ଷ୍ଟାଡିୟମରେ ଚାଲିଥିଲା ଫୁଟବଲ୍ ମ୍ୟାଚ୍ । ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖୁଥିଲେ ହଜାର ହଜାର ଦର୍ଶକ । ଠିକ୍ ଏହି ସମୟରେ ଏପରି ଏକ ଘଟଣା ଘଟିଲା, ଯାହା ସମସ୍ତଙ୍କୁ ସିଟରୁ ଛିଡା ହେବା ପାଇଁ ବାଧ୍ୟ କରିଦେଲା । ଲୋକେ ମ୍ୟାଚ୍ ଦେଖିବା ଛାଡି ସେହି ଦିଗକୁ ଚାହିଁ ରହିଲେ, ମୁଣ୍ଡରେ ହାତ ଦେଉ ଭଗବାନଙ୍କୁ ଡାକୁବାକୁ ଲାଗିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ପ୍ରକୃତ ଘଟଣା ହେଉଛି, ଯେତେବେଳେ ଦର୍ଶକ ଫୁଟବଲ ମ୍ୟାଚ୍ ଦେଖିବାରେ ମସଗୁଲ ଥିଲେ ସେତେବେଳେ ହଠାତ ଗୋଟେ ବିଲେଇ ଷ୍ଟାଡିୟମର ବାଲକୋନିରୁ ତଳକୁ ଝୁଲି ରହିଥିବାର ଲୋକେ ଦେଖିଥିଲେ । ବିଲେଇଟି ତଳକୁ ଖସିଲା ଭଳି ସ୍ଥିତିରେ ଥିଲା । ଏହାକୁ ଦେଖିବା ପରେ ଦର୍ଶକ ମ୍ୟାଚ୍ ଦେଖିବା ଛାଡି ବିଲେଇକୁ କିପରି ଉଦ୍ଧାର କରାଯିବ ସେନେଉ ଉପାୟ ଖୋଜିବା ଆରମ୍ଭ କରିଦେଲେ । ପୁରା ଷ୍ଟାଡିୟମରେ ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଏହାରି ଭିତରେ ବିଲେଇଟି ତାର ସନ୍ତୁଳନ ହରାଇ ତଳକୁ ଖସିପଡିଲା । ଠିକ୍ ଏହି ସମୟରେ ଏକ ଚମତ୍କାର ଘଟିଲା, ଦର୍ଶକ ମିଶି ଛାତ ଉପରୁ ଗଲିପଡିଥିବା ବିଲେଇକୁ ଧରିପକାଇଥିଲେ । ବିଲେଇ ଗଳିବା ପୂର୍ବରୁ ତଳେ ଦର୍ଶକ ଆମେରିକା ପତାକାକୁ ଧରି ଛିଡା ହୋଇଯାଇଥିଲେ । ଆଇ ବିଲେଇଟି ଠିକ୍ ପତାକା ମଝିରେ ପଡିଥିଲା ଏବଂ ସୁରକ୍ଷିତ ଉଦ୍ଧାର ହୋଇଯାଇଥିଲା । ଆମେରିକାର ମିଆମି ଷ୍ଟାଡିୟମରେ ଘଟିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି