ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଯାତ୍ରା ସମ୍ପୁର୍ଣ୍ଣ ଦେଶରେ ବାହାର କରାଯାଇଥିବାବେଳେ ଏହି ସମୟର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାର ଖବର ଆମେ ଆପଣଙ୍କୁ ନିକଟରେ ଦେଇଥିଲୁ । ଦିଲ୍ଲୀରେ ବାହାର କରାଯାଇଥିବା ଏହି କଳସ ଯାତ୍ରାରେ ମନୋଜ ତିୱାରୀ ଅସ୍ଥି ବିସର୍ଜନ କରିଥିଲେ ।
ତେବେ ଏହି ଭାଇରାଲ୍ ଫଟୋରେ ବିଜେପି ନେତା ତଥା ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ କିଛି ଲୋକଙ୍କ ସହ ଡଙ୍ଗାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରୁଥିବାର ନଜର ଆସୁଛନ୍ତି । ତେବେ ଏହି ଫଟୋ ଭାଇରାଲ୍ ହେବାର କାରଣ ଏଥିରେ ଦେଖାଯାଉଥିବା ଏକ ରହସ୍ୟମୟୀ ହାତ । ଯାହାକୁ ତିୱାରୀ ଦୈବୀଶକ୍ତି ବୋଲି କହିଥିଲେ ।
ତେବେ ଏହି ଦୈବୀଶକ୍ତି ଉପରୁ ଏବେ ପରଦା ଉଠିଯାଇଛି । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଅସ୍ଥି ବିସର୍ଜନର ୪ ଟି ଫଟୋକୁ ମନୋଜ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯେଉଁଥିରେ ୪ର୍ଥ ଫଟୋଟିରେ ଡଙ୍ଗାରୁ ଗୋଟିଏ ହାତ ବାହାରିଥିବା ଦେଖାଦେଇଥିଲା । ଯାହା ସୋସିଆଲ୍ ମିଡିଆରେ ତୋଫାନ ଭଳି ବ୍ୟାପିଯାଇଥିଲା । ଏହି ଫଟୋକୁ ନେଇ ତିୱାରୀ ମଧ୍ୟ ଦୈବୀଶକ୍ତି କଥା କହି ଯମୁନା ସ୍ୱଚ୍ଛ ରଖିବା କଥା କହିଥିଲେ ।
ତେବେ ଏହି ଫଟୋର ସତ୍ୟତା ଜାଣିବା ପାଇଁ ଏକ ଭାଇରାଲ୍ ଟେଷ୍ଟ ମଧ୍ୟ କରାଯାଇଥିଲା ଏବଂ ପରେ ଜଣାପଡିଲା ଯେ ଏହା କୌଣସି ଦୈବୀଶକ୍ତିର କମାଲ୍ ନୁହେଁ ବରଂ ଫଟୋସପର କମାଲ୍ । ଏହି କଥାକୁ ସେଠାରେ ଉପସ୍ଥିତ ଥିବା ବିଜେପି ନ୍ୟାସନାଲ୍ ଜେନେରାଲ୍ ସେକ୍ରେଟାରୀ ଅରୁଣ ସିଂହ ସ୍ୱୀକାର କରିଥିଲେ । ଫଟୋରେ ଆସିଥିବା ଏହି ରହସ୍ୟମୟୀ ହାତ ଆଉ କାହାର ନୁହଁ ଖୋଦ୍ ଅରୁଣ ସିଂହଙ୍କର । କିନ୍ତୁ ଫଟୋସପକୁ ମନୋଜ ତିୱାରୀ କାହିଁକି ଯେ ଦୈବୀଶକ୍ତିର ପ୍ରଭାବ କହିଲେ ଏ ବିଷୟରେ କୌଣସି ଖବର ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/atal-ji-ashes-immersion_1535524019-1.jpeg)
/kanak/media/post_attachments/wp-content/uploads/2018/08/Capture-52-289x300.jpg)
/kanak/media/post_attachments/wp-content/uploads/2018/08/lallantop3_083118110039-300x163.jpg)
/kanak/media/post_attachments/wp-content/uploads/2018/08/1024818362-612x612-300x200.jpg)