ରଥ ଉପରେ ସେଲଫିକୁ ନେଇ ବିବାଦ : ଭାଇରାଲ ହେଲା ଦୁଇ ଜଣ ଯୁବକଙ୍କ ସେଲଫି; ସେବାୟତ ନହୋଇ ରଥ ଉପରକୁ କେମିତି ଉଠିଲେ ଯୁବକ ?

Advertisment
ରଥ ଉପରେ ସେଲଫିକୁ ନେଇ ବିବାଦ : ଭାଇରାଲ ହେଲା ଦୁଇ ଜଣ ଯୁବକଙ୍କ ସେଲଫି; ସେବାୟତ ନହୋଇ ରଥ ଉପରକୁ କେମିତି ଉଠିଲେ ଯୁବକ ?

କନକ ବ୍ୟୁରୋ : ରଥ ଉପରେ ସେଲଫି ନେଲେ, ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କଲେ । କୋଭିଡ କଟକଣା ସତ୍ୱେ ରଥ ଉପରେ ସେଲଫି ନେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହିପରି ଏକ ଭାଇରାଲ ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଫଟୋରୁ ଜଣାପଡ଼ୁଛି ଯେ ବଳଭଦ୍ରଙ୍କ ରଥ ଉପରେ ୨ଜଣ ଯୁବକ ସେଲଫି ନେଇଛନ୍ତି । ହେଲେ ଏହି ଫଟୋ ଚଳିତବର୍ଷ କି ଗତବର୍ଷର ତାହାର ଯାଂଚ କରାଯାଉଛି ବୋଲି ପୁରୀ ଏସପି କେ. ବିଶାଲ ସିଂ କହିଛନ୍ତି ।

ଦୁଇ ଯୁବକ ବଳଭଦ୍ରଙ୍କ ରଥରେ ବସି ଏହି ଫଟୋ ଉଠାଇ ଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ସାଇଡରେ ପକାଇଥିଲେ । ଏହା ସହ ଫଟୋ ଉଠାଇ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ଲେଖିଥିଲେ । ଦୁଇ ଯୁବକଙ୍କ ମୁହଁରେ ମାସ୍କ ଥିବା ସହ ରଥରେ ଥିବା ସାରଥୀଙ୍କ ସହ ମଧ୍ୟ ଏମାନେ ଫଟୋ ଉଠାଇଥିଲେ । ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି କଟକଣା ସତ୍ୱେ ଏମାନେ କିପରି ରଥ ଉପରକୁ ଯାଇ ଏହି ଫଟୋ ଉଠାଇଲେ । ସେଠାରେ ଥିବା ସୁରକ୍ଷାକର୍ମୀ ଏନେଇ କିପରି ଜାଣିପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe