लल्लन टॉप
ଭାରତୀୟ ସେନାକୁ ନେଇ ପ୍ରତିଦିନ ସୋସିଆଲ୍ ମିଡିଆରେ କିଛି ନା କିଛି ଫଟୋ ସେୟାର୍ ହୋଇଥାଏ । ଅନେକ ସମୟରେ ଏଭଳି ଖବର ମଧ୍ୟ ଆସିଛି ଯେ ଅନ୍ୟ ଦେଶର ସେନାଙ୍କ ଫଟୋକୁ ଭାଇରାଲ୍ କରି ଏହାକୁ ଭାରତୀୟ ସେନାଙ୍କ ନାଁ ଦିଆଯାଉଛି । ତେବେ ଏଭଳି ଏକ ଫଟୋ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି । ଦୁଇଟି ଫଟୋକୁ ଯୋଡାଯାଇ ଗୋଟିଏ କରାଯାଇ ଭାଇରାଲ୍ କରାଯାଉଛି । ଏଠାରେ ଦୁଇଜଣ ଯବାନଙ୍କ ଫଟୋ ଦେଖାଦେଉଛି । ଜଣେ ସୈନିକ ହାତରେ ବନ୍ଧୁକ ଧରି ବସିଛନ୍ତି ଏବଂ ଅନ୍ୟଜଣେ ଶୋଇ ରହିଛନ୍ତି ଦୁହିଁଙ୍କ ଉପରେ ବରଫର ଚାଦର ଘୋଡାଇ ହୋଇଯାଇଛି । ଏହି ଫଟୋ ଉପରେ ଲେଖାଅଛି ସିଆଚିନ୍ ଗ୍ଲାସିୟର୍ ରେ ଭାରତୀୟ ସୈନିକଙ୍କ ରାତିର ଫଟୋ । ଏହି ଫଟୋକୁ ଫେସବୁକ୍ ଖୁବ୍ ମାତ୍ରାରେ ସେୟାର୍ କରାଯାଉଛି ।
୨୦୧୭ ମସିହାରେ ଏହି ଦୁଇଟି ଫଟୋର ଇଂରାଜୀରେ ଲେଖାଥିବା ମେସେଜକୁ ଶ୍ରଦ୍ଧା କପୁର ଏବଂ କିରଣ ଖେରଙ୍କ ଭଳି ସେଲିବ୍ରିଟି ଟ୍ୱିଟର ଏବଂ ଇନଷ୍ଟାରେ ସେୟାର କରିଥିଲେ ଯାହାର ହିନ୍ଦୀ ଭର୍ସନ ଏବେ ଶୀତଋତୁରେ ଭାଇରାଲ୍ ହେଉଛି ଯାହା ଲୋକଙ୍କ ମନକୁ ମଧ୍ୟ ଆନ୍ଦୋଳିତ କରୁଛି ।
ଏହି ଫଟୋ ପଛରେ ରହିଥିବା ସତ୍ୟତା :
ସତ ଚେକ୍ କରୁଥିବା ଏକ ସାଇଟ୍ ବୁମଲାଇଭ୍ ତରଫରୁ ଏହି ଫଟୋ ବିଷୟରେ ଜାଞ୍ଚ୍ କରାଗଲା । ଏହି ଫଟୋ ପ୍ରଥମେ ୨୦୧୨ ମସିହାରେ ଭାଇରାଲ୍ ହୋଇଥିଲା । ଫଟୋଟି ଋଷ୍ –ୟୁକ୍ରେନ୍ ର ଗତିରୋଧ ସମୟର ଚିତ୍ର ଅଟେ । ଏହି ସାଇଟ୍ ଅନୁସାରେ ଭାରତୀୟ ସୈନ୍ୟଙ୍କ କୁହାଯାଉଥିବା ଏହି ଫଟୋ ଅସଲରେ ଋଷ୍ ସୈନିକଙ୍କ ଫଟୋ ।
Follow Us
/kanak/media/post_attachments/wp-content/uploads/2018/12/þ-300x191.jpg)
/kanak/media/post_attachments/wp-content/uploads/2018/12/c-246x300.jpg)