ବାହା ହେବା ପାଇଁ ବ୍ଲାକ ମେଲ ! ରାଜି ନହେବାରୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲେ ଯୁବକ

36

କନକ ବ୍ୟୁରୋ: ବାହା ନହେବାରୁ ବ୍ଲାକ୍ ମେଲ୍ । ରାଜି ନହେବାରୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲେ ଯୁବକ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଫଟୋ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍ ।

ଥାନା ବାରଣ୍ଡାରେ ଯୁବତୀ । ଏହି କଲେଜ ଛାତ୍ରୀଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ । ଗୋଟିଏ କିମ୍ବା ୨ଟି ନୁହେଁ ୧୦ରୁ ଅଧିକ ଦୁର୍ବଳ ମୁିହୁର୍ତର ଫଟୋ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ଫଟୋଟି ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଥିବା ବେଳେ, ଏବେ ଫେସବୁକରେ ଫଟୋ ଅପଲୋଡ କରି ସବୁ ସୀମା ଟପି ଯାଇଛି ଅଭିଯୁକ୍ତ । ନିଜ ମୋବାଇଲରୁ ଫଟୋ ଅପଲୋଡ କଲେ, ଧରା ପଡିବାର ଭୟ ଥିବାରୁ ଏକ ଫେକ୍ ଆଇଡି ଜରିଆରେ ଅପଲୋଡ କରାଯାଇଛି । ଆଉ ଫଟୋ ଭାଇରାଲ କରିଥିବା ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।

କ୍ୟାମେରା ଆଗରେ ପୋଜ୍ ଦେଉଥିବା ଏହି ୨ ଅଭିଯୁକ୍ତ ଥିଲେ ଫଟୋ ଭାଇରାଲ କରିବା ପଛର ଖଳନାୟକ । ଏମାନେ ହେଉଛନ୍ତି ଭୁବନେଶ୍ୱର ରଘୁନାଥପୁର ଗାଁର ରାଜୁ ରାଉତ ଓରଫ ରଙ୍ଗିଲା ରାଜୁ ଏବଂ ବୋମିଖାଲର ବିଭୁତି ଭୁଷଣ ନାୟକ । ରଙ୍ଗିଲା ରାଜୁକୁ ବିବାହ କରିବାକୁ ମନା କରିବାରୁ ଛାତ୍ରୀ ଜଣକର ଅନ୍ତରଙ୍ଗ ଫଟୋ ଗୁଡିକୁ ଭାଇରାଲ କରିଥିଲା ବୋଲି ସେ ପୁଲିସ ଆଗରେ ସତ ମାନିଛି । ଆଉ ସେଥିପାଇଁ ବିଭୁତି ତାକୁ ସାହାଯ୍ୟ ବି କରିଛି ।

ତେବେ ବାହା ହେବାକୁ ରାଜି ନ ହେବାରୁ ଭାଇରାଲ ହୋଇଗଲା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ । ଏହି ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।