ବାରପେଟା ଟାଉନ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜଣେ ମହିଳାଙ୍କୁ ରଣାଘାଟ ରେଳ ଷ୍ଟେସନରେ ସଙ୍ଗୀତଜ୍ଞ ଲତା ମଙ୍ଗେସକରଙ୍କ କ୍ଲାସିକାଲ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ବୃଦ୍ଧା ମହିଳାଙ୍କ ସୁମଧୁର ସ୍ୱର ଶୁଣି ସେହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କ ପାଦ ଆପଣାଛାଏଁ ସେଠାରେ ଅଟକି ଯାଉଛି। ବୃଦ୍ଧାଙ୍କ ଗୀତ ଶୁଣିବା ପରେ ଲୋକେ ମନ୍ତ୍ରମୁଗ୍ଧ ହୋଇପଡ଼ୁଛନ୍ତି।
ଲତା ମଙ୍ଗେସକର ଗାଇ ଥିବା ଗୀତ ‘ଏକ ପ୍ୟାର କା ନଗମା’ ସର୍ବଦା ଭାରତୀୟଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ଗୀତ ହୋଇ ରହିଛି। ନିକଟରେ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ କାମ କରୁଥିବା ଜଣେ ମହିଳା ଏହି ଗୀତ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମହିଳାଙ୍କ ଗୀତ ଗାଉଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ପୋଷ୍ଟ ହେବା ପରଠାରୁ ୩୯ହଜାର ଲାଇକ୍ ମିଳିବା ସହିତ ସାଢ଼େତିନି ହଜାରରୁ ଅଧିକ କମେଣ୍ଟ ଓ ୩୬ ହଜାରରୁ ବି ଅଧିକ ଲୋକ ସେୟାର କରି ସାରିଛନ୍ତି। ଜଣେ ଫେସବୁକ ବ୍ୟବହାରକାରୀ ମହିଳାଙ୍କ ସ୍ୱର ଶୁଣି ‘ଅଜ୍ଞାତ କୋକିଳକଣ୍ଠୀ’ ଉପାଧି ଦେଇଛନ୍ତି। କିଛିଲୋକ ମହିଳାଙ୍କ ସ୍ୱରକୁ ଲୋକ ସମର୍ଥନ ମିଳୁ ବୋଲି କହିବା ସହିତ ତାଙ୍କର ଶୁଭ ମନାସିଛନ୍ତି।
Follow Us