ଦେଶର ‘ମିସାଇଲ୍ ୱିମେନ୍’ଙ୍କ ନାମରେ ଖୁବ୍ ଜଣାଶୁଣା ପ୍ରସିଦ୍ଧ ବୈଜ୍ଞାନିକ ଟେସି ଥୋମାସ୍ । ଆଉ ସେ ହେଉଛନ୍ତି କୌଣସି ମିସାଇଲ୍ ପ୍ରୋଜେକ୍ଟକୁ ନେତୃତ୍ୱ କରିବାର ଭାରତର ପ୍ରଥମ ମହିଳା ବୈଜ୍ଞାନିକ । ଖୁବ୍ ପରିଚିତା ଟେସିଙ୍କୁ ଏବେ ତାଙ୍କର ନୂଆ ପ୍ରଶଂସକ ମିଳିଯାଇଛି । ଏହା ଅନ୍ୟ କେହି ନୁହେଁ , ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଅଟନ୍ତି ।
ଆନନ୍ଦ ମହିନ୍ଦ୍ରା ଦେଇଥିବା ସଙ୍କେତ ଅନୁସାରେ ଆସନ୍ତା କିଛି ମାସରେ ସଡକରେ ଟେସିଙ୍କ ନାମରେ ମହିନ୍ଦ୍ରା କଂପାନୀର କାର୍ ଚାଲିବ । ଏମିତି ଏକ ପରିକଳ୍ପନା କରିଛନ୍ତି ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ ଅଟନ୍ତି । ଶନିବାର ଦିନ ସେ ଏନଆଇଟିଆଇ ଆୟୋଗର ଏକ ଟ୍ୱିଟ୍ କୁ କୋଟ୍ କରି ଲେଖିଛନ୍ତି , ‘ଟେସି ବଲିଉଡର କୌଣସି ଅଭିନେତ୍ରୀଙ୍କ ଠାରୁ ଖୁବ୍ ପ୍ରସିଦ୍ଧ ହେବାର ଯୋଗ୍ୟତା ରଖନ୍ତି ।ଟେସିଙ୍କ ପୋଷ୍ଟର ପ୍ରତି ଭାରତୀୟ ସ୍କୁଲରେ ଲାଗିବା ଉଚିତ୍ । ଯାହାକି ମହିଳାଙ୍କୁ ଆଗକୁ ବଢିବାକୁ ପ୍ରେରଣ ଦେବ ।’
Tessy deserves to be more famous than the biggest Bollywood star.A poster of Tessy in every Indian school will wreck stereotypes&create enormous career aspirations for girls.RT to make her a star.Maybe you can download this pic, turn it into a poster.Give it to the nearest school https://t.co/EzNmiLy3ez
— anand mahindra (@anandmahindra) November 25, 2017
ଏହା ଉପରେ ଜଣେ ୟୁଜର ତାଙ୍କୁ ଏହି ମତ ଦେଇଥିଲେ କି ସେ ନିଜର କୌଣସି ଏସୟୁଭିର ନାମରେ ଟେସିଙ୍କ ନାମକୁ କାହିଁକି ରଖୁନାହାଁନ୍ତି । ଏହି ମତାମତ ଉପରେ ଆନନ୍ଦ ମହିନ୍ଦା ଆଣ୍ଡ ମହିନ୍ଦ୍ରର ଭାଇସ୍ ପ୍ରେସିଜେଂଟ ବିଜୟ ନାକରାଙ୍କୁ ଟାଗ୍ କରି ଟ୍ୱିଟ୍ କଲେ , ‘ଉତ୍ତମ ଚିନ୍ତାଧାରା । ବିଜୟ ତୁମେ ଶୁଣୁଛନା ? ଟିୟୁଭି ଟେସି ଏଡିସନ୍ କେମିତି ଲାଗିବ ?’
Intriguing idea. @vijaynakra you listening? Perhaps a TUV Tessy edition?! https://t.co/TEaT3JujVN
— anand mahindra (@anandmahindra) November 25, 2017
ଟେସି ଥୋମାସ ଏବେ ଡିଆରଡିଓରେ ଆଡଭାନ୍ସଡ୍ ସିଷ୍ଟମ ଲ୍ୟାବ୍ ର ଡାଇରେକ୍ଟର । ସେ ହାଇଦ୍ରାବାଦରେ ଏହି ମାସର ଶେଷରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଏଣ୍ଟ୍ରିପ୍ରିନିଓରସିପି ସମିତିରେ ଜଣେ ବକ୍ତା ଭାବେ ଯୋଗ ଦେବେ ।
(ସୌଜନ୍ୟ- ନବଭାରତ ଟାଇମ୍ସ)