କନକ ବ୍ୟୁରୋ: ବେଳେ ବେଳେ ଅର୍ଥର ଲୋଭ ମଣିଷର ଜୀବନକୁ ଉଜାଡିଦିଏ । ଏଭଳି ଏକ ଚୀନ୍ ନାଗରୀକଙ୍କ କାହାଣୀ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ।

Advertisment

କିଛି ସାଙ୍ଗ ମାନଙ୍କ ସାଙ୍ଗରେ ମିଶି ଲୋଉ ମୋଫୁ ନାମକ ବ୍ୟକ୍ତି ଏକ ପେଟ୍ରୋଲ ପମ୍ପ ଚୋରୀ କରିବାକୁ ଯୋଜନା କଲେ । ହେଲେ ଦୁର୍ଭାଗ୍ୟକୁ ତାଙ୍କ ହାତରେ ମାତ୍ର ୧୮୦୦ ଟଙ୍କା ପଡିଲା । ତାକୁ ସାଙ୍ଗମାନଙ୍କ ମଧ୍ୟରେ ଭାଗ କରିବାକୁ ଜଣକା ମାତ୍ର ୩୮୨ ଟଙ୍କା ଲେଖାଏଁ ପଡିଲା । ହେଲେ ଏମାନଙ୍କ ମଧ୍ୟରୁ ଜଣକୁ ପୁଲିସ ଗିରଫ କରିନେଲା । କାଳେ ସାଙ୍ଗ ମାନଙ୍କ ଦ୍ୱାରା ସେ ଧରାପଡିଯିବେ ଏହା ଭାବି ଲୋଉ ପୁରାପୁରି ଡରିଯାଇ ଅନ୍ୟତ୍ର ପଳାଇଲେ । ଆଉ ସେ ସ୍ଥାନକୁ ଗଲେ ତାହା ସବୁଠୁ ଅଜବ ।

ଲୋଉ ମୋଫୁ ଜନବସତି ଠାରୁ ୧୦ କିମି ଦୂରରେ ଥିବା ଏକ ଘଞ୍ଚ ଜଙ୍ଗଲରେ ଥିବା ଏକ ବିଶାଳ ଗୁମ୍ଫାରେ ଲୁଚି ରହିଲେ । ବର୍ଷେ କି ଦି ବର୍ଷ ନୁହେଁ ପୁଲିସ ଡରରେ ଦୀର୍ଘ ୧୪ ବର୍ଷ ଏହି ଗୁମ୍ଫାରେ ଲୁଚି ରହିଲେ । ମଝିରେ ଗମ୍ଫାରୁ ବାହାରି ଲୁଚିଲୁଚି ଘରକୁ ଯାନ୍ତି । କିଛି ପରିବା ଧରି ପୁଣି ଚାଲିଆସନ୍ତି । ଜଙ୍ଗଲରେ କିଛି କୁକୁରଙ୍କ ସହାୟତାରେ ନିଜର ସୁରକ୍ଷା ବ୍ୟବସ୍ଥା କଲେ । ଅନ୍ୟପଟେ ବାପାଙ୍କ ଦେହାନ୍ତ, ପୁଅ ବାହାଘର, ନାତିର ଗନ୍ମଦିନ ସବୁ ଖୁସିରୁ ବଞ୍ଚିତ ରହିଲେ । ଶେଷରେ ଏପରି ଜୀବନରୁ ବିରକ୍ତ ହୋଇ ଗମ୍ପାରୁ ଆସି ପୁଲିସ ପାଖଷର ଆତ୍ମ ସମର୍ପଣ କଲେ । ହେଲେ ଏବେବି ଭାଗ୍ୟ ତାଙ୍କ ଉପରେ ସଦୟ ନୁହେଁ । ସେତେବେଳର ମକଦ୍ଦମା ଅନୁସାରେ ତାଙ୍କୁ ଅନ୍ୟୁନ ୩ ବର୍ଷ ଜେଲ ହୋଇପାରେ । ଯଦି ଚୋରୀ ସମୟରେ ମାରଣାସ୍ତ୍ର ବ୍ୟବହାର କରିଥାନ୍ତି ତାଙ୍କୁ ୧୦ ବର୍ଷ ଜେଲ ହୋଇପାରେ ବୋଲି କୁହାଯାଉଛି ।