କନକ ବ୍ୟୁରୋ: ଆରବିଆଇକୁ ଝଟକା । ଇସ୍ତଫା ଦେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟା । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ୬ମାସ ବାକି ଥିବାବେଳେ ତା ଆଗରୁ ସେ ପଦଭାର ଛାଡିଛନ୍ତି ବା ଇସ୍ତଫା ଦେଇଛନ୍ତି । ଗତ ୭ମାସ ଭିତରେ ଆରବିଆଇକୁ ଦ୍ୱୀତିୟ ଝଟକା ଲାଗିଛି । ଏବେ ଇସ୍ତଫା ପରେ ବିରଳ ଆଚାର୍ଯ୍ୟ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସେକଟର୍ନ ସ୍କୁଲ ଅଫ୍ ବିଜନେସରେ ପ୍ରଫେସର ଭାବେ ଜଏନ କରିବେ । ୨୦୧୭ ଜାନୁୟାରୀ ୨୩ ତାରିଖରେ ୩ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ ବିରଳ । ଅର୍ଥାତ ୩୦ ମାସ ଆରବିଆଇ ପାଇଁ ସେ କାର୍ଯ୍ୟ କରିଛନ୍ତି ।

Advertisment

ଆରବିଆଇର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଷ୍ପତିରେ ବିରଳ ଆଚାର୍ଯ୍ୟଙ୍କର ଭିନ୍ନ ବିଚାର ରହୁଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଗତ ଦୁଇଟି ମନିଟରିଙ୍ଗ ପଲିସି ବୈଠକରେ ଦର ବୃଦ୍ଧି ଓ ଗ୍ରୋଥ ରେଟ ପ୍ରସଙ୍ଗରେ ଶକ୍ତିକାନ୍ତ ଦାସ ଓ ବିରଳ ଆଚାର୍ଯ୍ୟଙ୍କର ବିଚାର ଅଲଗା ରହିଥିଲା । ଅନ୍ୟପଟେ ଗତ ୭ମାସ ଭିତରେ ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା ଆରବିଆଇକୁ ଆଉ ଏକ ଝଟକା ଦେଇଛି ।

publive-image

କାରଣ ଗତ ୭ମାସ ଭିତରେ ଆରବିଆଇର କୌଣସି ଉଚ୍ଚ ଅଧିକାରୀ ନିଜର କାର୍ଯ୍ୟକାଳ ପୁରା ହେବା ଆଗରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ନିଜସ୍ୱ କାରଣ ଦର୍ଶାଇ ଗତ ଡିସେମ୍ବର ମାସରେ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ଉର୍ଜିତ ପଟେଲ । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ ।