ଷଷ୍ଠ ପର୍ଯ୍ୟାୟ ଭୋଟ । ମତାଧିକାର ସାବ୍ୟସ୍ତ କଲେ , ଦେଶର ପ୍ରଥମ ନାଗରିକ , ରାଷ୍ଟ୍ରପତି ରାମନାଥ କୋବିନ୍ଦ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ବହୁ ହେଭିୱେଟ ନେତା

Advertisment
ଷଷ୍ଠ ପର୍ଯ୍ୟାୟ ଭୋଟ । ମତାଧିକାର ସାବ୍ୟସ୍ତ କଲେ , ଦେଶର ପ୍ରଥମ ନାଗରିକ , ରାଷ୍ଟ୍ରପତି ରାମନାଥ କୋବିନ୍ଦ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ବହୁ ହେଭିୱେଟ ନେତା

କନକ ବ୍ୟୁରୋ : ଦିଲ୍ଲୀ ଦେଲା ଭୋଟ , ଶେଷ ହେଲା ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । ଦିଲ୍ଲୀ ସମେତ ୭ଟି ରାଜ୍ୟର ୫୯ଟି ଆସନରେ ଆଜି ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ଏହି ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀର ସମସ୍ତଙ୍କ ୭ଟି ଯାକ ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ଦେଶର ରାଜଧାନୀରେ ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

publive-imageଦେଶର ରାଜଧାନୀରେ ଆଜି ପଡ଼ିଥିଲା ଭୋଟ୍ । ଆଉ ଦିଲ୍ଲୀର ମତଦାନ କେନ୍ଦ୍ରର ଲମ୍ବା ଲାଇନରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ଦେଖିବାକୁ ମିଳିଥିଲା । ଭୋଟ୍ ଦେବାକୁ ପରିବାର ସହ ଆସି ଲାଇନରେ ଛିଡ଼ା ହୋଇଥିଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିଲ୍ଲୀର ୧୦ ନଂବର ବୁଥରେ ନିଜର ଭୋଟର ପରିଚୟ ପତ୍ର ଦେଖାଇବା ପରେ ମତଦାନ କରିଥିଲେ ରାଷ୍ଟ୍ରପତି ।

publive-imageଦିଲ୍ଲୀରେ ମତାଧିକାର ସାବ୍ୟସ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ପ୍ରାର୍ଥୀ ଶୀଲା ଦୀକ୍ଷିତଙ୍କ ସହ ଯାଇ ଭୋଟ ଦେଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେହିପରି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ଆସି ଭୋଟ ଦେଇଛନ୍ତି ପ୍ରିୟଙ୍କା ।

publive-imageବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେପଟେ ଦିଲ୍ଲୀ କରୋଲବାଗରେ ମତଦାନ କରିଛନ୍ତି ଟିମଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ଭୋଟ୍ ଦେବା ପରେ ନିକଟରେ ଥିବା ସେଲଫି ଷ୍ଟାଣ୍ଡରେ ସେଲଫି ନେବା ସହିତ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ଅପିଲ୍ କରିଥିଲେ ବିରାଟ । ସେହିପରି କ୍ରିକେଟର୍ ତଥା ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ପ୍ରାର୍ଥୀ ଗୌତମ ଗାମ୍ଭୀର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦିଲ୍ଲୀ ସମେତ ୭ଟି ରାଜ୍ୟର ୫୯ ଆସନରେ ଆଜି ଶେଷ ହୋଇଛି ମତଦାନ । ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏହି ପର୍ଯ୍ୟାୟ ନିର୍ବାଚନରେ ରହିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ, ଏମ୍ପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ସ୍ୱାଧୀ ପ୍ରଜ୍ଞା ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିଲା ଦିକ୍ଷିତ, ଗୌତମ ଗାମ୍ଭୀରଙ୍କ ଭଳି ପ୍ରମୁଖ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe