ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶ । ବିକ୍ଷୋଭ ବେଳେ ୪୦ରୁ ଅଧିକ ମୃତ, ହଜାର ହଜାର ପ୍ରଦର୍ଶନକାରୀ ଆହତ

Advertisment
ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶ । ବିକ୍ଷୋଭ ବେଳେ ୪୦ରୁ ଅଧିକ ମୃତ, ହଜାର ହଜାର ପ୍ରଦର୍ଶନକାରୀ ଆହତ

କନକ ବ୍ୟୁରୋ : ଯେବେ ଯୁବବର୍ଗ ତାତି ଯାଏ, ବିରୋଧ ପ୍ରଦର୍ଶନ କରେ ତେବେ ଦେଶର କେଉଁ ସ୍ଥିତି ଉପୁଜେ । ରକ୍ତାକ୍ତ ହୋଇପଡିଛି ବାଂଲାଦେଶ । ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଏବଂ ବଢୁଥିବା ବେକାରୀକୁ ବିରୋଧ । ବାଂଲାଦେଶରେ ସରକାର ବିରୋଧରେ ଛାତ୍ରଙ୍କ ନାରାବାଜି । ରାଜଧାନୀ ଢାକା ଓ ଅନ୍ୟାନ୍ୟ ସ୍ଥାନରେ ହିଂସାକାଣ୍ଡ ଘଟି ଏପର୍ୟ୍ୟନ୍ତ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏହି ବିକ୍ଷୋଭ ଅଧିକ ଆକ୍ରମଣାତ୍ମକ ହୋଇଛି। ଛାତ୍ରମାନେ ସରକାରୀ ଟିଭି ‘ବିଟିଭି’ ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। କୋଠା ଭିତରେ ଅନେକ ଲୋକ ଫସି ରହିଥିଲେ। ଶତାଧିକ ବିକ୍ଷୋଭକାରୀ କୋଠା ଭିତରକୁ ପ୍ରବେଶ କରିଥିଲେ। ୬୦ଟି ଗାଡ଼ି ଓ ଏକ କୋଠାରେ ନିଆଁ ଲଗାଇ ଦେଇଥିଲେ।

୧୭ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରାୟ ୩.୨ କୋଟି ଯୁବକ ଚାକିରି କିମ୍ବା ଶିକ୍ଷାରୁ ବଞ୍ଚିତ। ସରକାରୀ ଚାକିରିରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ୩୦ ପ୍ରତିଶତ ସଂରକ୍ଷଣ କୋଟାକୁ ହଟାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି।

ଢାକା ନିକଟସ୍ଥ ରାମପୁରାରେ ଥିବା ଏକ ଥାନାରେ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ। ବାଂଲାଦେଶର ସରକାରୀ ଟିଭି 'ବିଟିଭି'ର କାର୍ଯ୍ୟାଳୟରେ ପୁଲିସ ପହଞ୍ଚିଥିଲା। ଏହାପରେ ବିକ୍ଷୋଭକାରୀମାନେ ଉତ୍ତେଜନା ସୃଷ୍ଟି କରିଥିଲେ। ବିଟିଭି ସୋସିଆଲ ମିଡିଆ ଲେଖିଛି ଯେ ଏହି ନିଆଁ ବହୁତ ଭୟଙ୍କର ଥିଲା ଏବଂ ଦ୍ରୁତ ଗତିରେ ବ୍ୟାପିଥିଲା । ପରେ ଅଗ୍ନିଶମ ଟିମ୍ ଆସି ନିଆଁ ଲିଭାଇଥିଲା । ସୁରକ୍ଷା ବାହିନୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିଂସା ପରେ ବାଂଲାଦେଶର କର୍ତ୍ତୃପକ୍ଷ ସମଗ୍ର ଦେଶରେ ମୋବାଇଲ ନେଟୱାର୍କ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲେ।

ଏହି ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ଦଳର ସମର୍ଥକଙ୍କ ସପକ୍ଷରେ ରହିଛି ବୋଲି ଆନ୍ଦୋଳନକାରୀ କହିଛନ୍ତି । ମେରିଟ୍ ଆଧାରରେ ଚାକିରି ଦିଆଯାଉ ବୋଲି ଦାବି ହୋଇଛି।

ସଂରକ୍ଷଣକୁ ବିରୋଧ କରି ବାଂଲାଦେଶରେ ଯେଉଁ ହିଂସା ଓ ଉତେଜନା ପରିସ୍ଥିତି ଦେଖାଦେଇଛି ତାକୁ ବିଭିନ୍ନ ରାଷ୍ଟ୍ର ସମେତ ମିଳିତ ଜାତିସଂଘ ନିନ୍ଦା କରିଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା କରି ୟୁଏନ ମୁଖ୍ୟ ଆନ୍ଥୋନିଓ ଗୁଥରେସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe