ଡବ୍ଲୁଏଫଆଇର ଅଧ୍ୟକ୍ଷଙ୍କ ବିରୋଧରେ ତେଜିଲା ବିକ୍ଷୋଭ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁସ୍ତିଯୋଦ୍ଧା।

74

କନକ ବ୍ୟୁରୋ: ଏପ୍ରିଲ ୨୩ରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ କୁସ୍ତିଯୋଦ୍ଧା । ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଯାଇଛନ୍ତି କୁସ୍ତିଯୋଦ୍ଧା । ଡବ୍ଲୁଏଫଆଇର ଅଧ୍ୟକ୍ଷଙ୍କ ବିରୋଧରେ ଆନ୍ଦୋଳନ କରି କୁସ୍ତିଯୋଦ୍ଧା ନିଜର ଦାବି ଜଣାଇଛନ୍ତି । ରେସଲିଂ ଫେଡେରସନ ଅଫ୍ ଇଣ୍ଡିଆର ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଆସୁଛନ୍ତି । ପୋକ୍ସୋ ଆଇନ ଅନୁସାରେ ଦଫା ଲଗାଇବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା ।

କୁସିଯୋଦ୍ଧା ଆନ୍ଦୋଳନରେ ଲାଗିଛି ରାଜନୀତିର ରଙ୍ଗ । ଆପ୍ ଓ କଂଗ୍ରେସ କୁସିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି । ସୋମବାର ଦ୍ୱିପ୍ରହରରେ ଧାରଣାସ୍ଥଳରେ ଖେଳାଳୀଙ୍କୁ ଭେଟିଛନ୍ତି ଆପ୍ ସାଂସଦ ସୁଶୀଲ ଗୁପ୍ତା । ସେପଟେ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା ଖେଳାଳୀଙ୍କ ସମର୍ଥନରେ ବାହାରି ନ୍ୟାୟ ଦାବିକରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ଏନେଇ ଅଭିଯୋଗ ଗ୍ରହଣ କରି ଏହାର ତଦନ୍ତ କରୁଥିବା କହିଛି । କରିଛନ୍ତି ।

ଦୀର୍ଘ ୩ମାସ ଧରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ କ୍ରୀଡା ମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲେ ବି ଏନେଇ କୁସ୍ତିଯୋଦ୍ଧାଙ୍କୁ କୌଣସି ପ୍ରତିକ୍ରିୟା ମିଳିପାରିନ । ଶେଷରେ ନିରାଶ ହୋଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେସଲର । ଖେଳାଳୀମାନେ ଦେଶ ପାଇଁ ପଦକ ଜିତୁଛନ୍ତି, ଏଥିପାଇଁ କ୍ୟାରିୟରକୁ ବିପଦରେ ପକାଉଛନ୍ତି । ହେଲେ ସେମାନଙ୍କୁ ଠିକ୍ ଭାବେ ସମ୍ମାନ ମିଳୁନଥିବା କ୍ଷୋଭ ପ୍ରକାଶ କରିଛନ୍ତି ।