କନକ ବ୍ୟୁରୋ: ରାଜନୀତିରେ ହାଇକୋର୍ଟ ବେଞ୍ଚ । ଆରମ୍ଭ ହେଲା କାଦୁଆ ଫିଙ୍ଗା ରାଜନୀତି । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ବାରଣ କରିବା ସତ୍ୱେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଚିଠି ଲେଖିଛନ୍ତି ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦ  । ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ବସନ୍ତ ପଣ୍ଡା, ନୀତେଶ ଗଙ୍ଗଦେବ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀରେ ଏକ ସମ୍ବାଦିକ ସମ୍ମିଳନୀ କରି  ପୂଜାରୀ  ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଏକ ସମାଧାନର ବାଟ ବାହାର କରିବାକୁ ନିବେଦନ କରିଛନ୍ତି  ।  ଏଥିସହ  ସମ୍ବଲପୁରରେ ସ୍ଥାୟୀ ବେଂଚ ଦାବିରେ ବିକ୍ଷୋଭକରୀ ଗିରଫ ହୋଇଥିବା ଓକିଲମାନଙ୍କୁ ତୁରନ୍ତ ଛାଡିବାକୁ କହଛନ୍ତି ।

Advertisment

ଏଥିସହ ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲଙ୍କ ଲାଇସେନ୍ସ ପୁଣି ଫେରାଇ ଦେବାକୁ ବାର କାଉନସିଲ ଅଫ୍ ଇଣ୍ଡିଆ ସହ କଥା ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସୁରେଶ ପୂଜାରୀ । ରାଜ୍ୟ ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ଗଠନ ହୋଇପାରିବ ।  କେନ୍ଦ୍ର ଆଇନମନ୍ତ୍ରୀ ସବୁ ସହଯୋଗ କରିବାକୁ ରାଜି ଅଛନ୍ତି  । କିନ୍ତୁ ରାଜ୍ୟ ସରକାରଙ୍କ ଆଗ୍ରହ ନ ଥିବାରୁ ଏ ସମସ୍ୟାର ସମାଧାନ ହୋଇପାରୁନାହିଁ । କେଉଁ ସ୍ଥାନରେ ଏହି ବେଂଚ ଗଠନ ହେବ, ଭିତିଭୂମି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହ କଥା ହୋଇ ରିପୋର୍ଟ ଦେବାକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁୂ କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଅବହେଳା କରିବାରୁ ଏବେ ସମ୍ବଲପୁରରେ ଏଭଳି ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ହାଇକୋର୍ଟ ବେଞ୍ଚ ଗଠନର କ୍ଷମତା କେବଳ ସଂସଦରେ ରହିଛି । ସଂସଦରେ ଆଇନ ପାରିତ ହେଲେ ଏହା ହୋଇପାରିବ । କେନ୍ଦ୍ର ସରକାର କାହିଁକି ଶୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସାଂସଦମାନେ ଚିଠି ଲେଖିବା ଅପେକ୍ଷା କେନ୍ଦ୍ର ସରକାର ଚିଠି ଲେଖିଥିଲେ ଭଲ ହୋଇଥାନ୍ତା । ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର କୋର୍ଟକୁ ବଲ ଠେଲିଛନ୍ତି ।