କନକ ବ୍ୟୁରୋ : ବହୁଦିନ ଶାନ୍ତ ରହିବା ପରେ ପୁଣି ଅଶାନ୍ତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । କ୍ୟାମ୍ପସ ଅଶାନ୍ତ ହୋଇପଡିଥିବା ବେଳେ ଲାଗି ରହିଛି ଚାପା ଉତ୍ତେଜନା । କେତେକ ଅଣଛାତ୍ର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମାଡ ମାରିବା ସହ ଅପହରଣ କରିନେଇଥିବା ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।
ସୂଚନା ଅନୁଯାୟୀ, ଗତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କେହି ଦୁର୍ବୃତ୍ତ ମାଡ ମାରିବା ସହ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି ।
ଏପରିକି ଘଟଣାକୁ ବିରୋଧ କରିବା ସହ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ମଧ୍ୟାନରେ ଛାତ୍ରଛାତ୍ରୀମାନେ ମୁଖ୍ୟଫାଟକ ସାମ୍ନାରେ ରାଜରାସ୍ତା ଅବରୋଧ କରିଥିଲେ । ସହିଦନଗର ଥାନା ଆଇଆଇସି ଛାତ୍ରଛାତ୍ରୀଙ୍କୁ ବୁଝାବୁଝି କରିବା ପରେ ରାସ୍ତାରୋକ ହଟିଥିଲା । ଏନେଇ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଛାତ୍ରମାନେ ଡିସିପିଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/strike.jpg)
/kanak/media/post_attachments/wp-content/uploads/2018/05/Utkal-University1-750x340-300x136.jpg)