କନକ ବ୍ୟୁରୋ : ଥମିବାର ନାଁ ନେଉନି ମଣିପୁର ହିଂସା । ମଣିପୁର ହିଂସାରେ ପୁଣି ୯ଜଣ ଲୋକଙ୍କୁ ଜୀବନ ଚାଲିଯାଇଛି । କର୍ଫ୍ୟୁ କୋହଳ ପରେ ପୁଣି ବଢିଛି ହିଂସା । ଖାମେନଲକ ଅଞ୍ଚଳରେ ହିଂସାକାଣ୍ଡ କାରଣରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

Advertisment

ଗତ ୨୪ଘଣ୍ଟା ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ୯ଜଣ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି । ତେବେ ପୋଲିସର କହିବା ଅନୁସାରେ, ମୃତକଙ୍କୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।