କନକ ବ୍ୟୁରୋ: ଘର ତିଆରିକୁ ନେଇ ମହାଭାରତ । ଆଠଗଡ଼ ତାଳଖମା ଗାଁରେ ଦୁଇ ପରିବାର ମଧ୍ୟରେ ପ୍ରବଳ ମାରପିଟ । ଠେଙ୍ଗା ବାଡ଼ି ଓ ପଥରରେ ପରସ୍ପରକୁ ଆକ୍ରମଣ କଲେ ମହିଳା ଓ ପୁରୁଷ । କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିବା ବେଳେ ପରସ୍ପର ମଧ୍ୟରେ ମାରପିଟ ଚରମ ସୀମାରେ ପହଂଚି ଯାଇଛି । କିଏ ଘୋଷାଡି ଆଣି ମାଡ ମାରୁଛି ତ ଅନ୍ୟ କିଏ ବାଡ଼ି ଆଉ କିଏ ପଥର ଫିଙ୍ଗୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।
ତେବେ ଅନ୍ୟପଟେ ଏନେଇ ଆଠଗଡ଼ ଥାନାରେ ୨ ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଆଠଗଡ଼ ଥାନାଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Screen-Shot-2021-05-06-at-10.11.50-AM.png)