କନକ ବ୍ୟୁରୋ: ରଥଯାତ୍ରା ଅବସରରେ ଚାରିଆଡେ ଭକ୍ତିମୟ ପରିବେଶ ଥିବାବେଳେ ରାଜଧାନୀରେ କିନ୍ତୁ ଦେଖିବାକୁ ମିଳିଛି ଆତଙ୍କରାଜ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଗୁଳିକାଣ୍ଡ ଘଟିବା ସହ ଭୀଷଣ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବନ୍ଧୁକ, ଖଣ୍ଡା, ଭୁଜାଲି, ରଡ୍‌ ଭଳି ମାରଣାସ୍ତ୍ରରେ ସଜ୍ଜିତ ୧୫ରୁ ୨୦ ଦୁର୍ବୃତ୍ତ ଏକ ଖଟିରେ ଅତର୍କିତ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ। ବ୍ଲାଙ୍କ୍‌ ଫାୟାରିଂ କରି ପୂରା ବସ୍ତିକୁ ଥରହର କରିଥିଲେ। ୨ଟି କାର୍‌ ଓ ୬/୭ଟି ବାଇକ୍‌ ଭାଙ୍ଗି ଚୂନା କରିଦେଇଥିଲେ। ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ୨ ଜଣଙ୍କୁ କାବୁ କରିଛି ଏବଂ ଘଟଣାସ୍ଥଳରୁ କିଛି ଖୋକା ଜବତ କରିଛି। ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ। କିନ୍ତୁ କମେଣ୍ଟମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଏହି ଗଣ୍ଡ‌ଗୋଳ ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହା ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।