କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେଉଛି । ସକାଳ ୭ଟାରୁ ଭୋଟିଂ ବେଶ ସୁରୁଖୁରରେ ଚାଲିଥିବା ବେଳେ ଏବେ ବିଭିନ୍ନ ଗଣ୍ଡଗୋଳର ଖବର ସାମ୍ନାକୁ ଆସିଛି । କେଉଁଠି ଇଭିଏମକୁ ଭାଙ୍ଗି ଦିଆଯାଇଛି ତ ପୁଣି କେଉଁଠି କର୍ମୀଙ୍କ ମଧ୍ୟରେ ମାରପିଟ ଦେଖିବାକୁ ମିଳିଛି । ଉଭୟ ଘଟଣା ଯାଜପୁରରେ ଦେଖିବାକୁ ମିଳିଛି ।
ସୁକିନ୍ଦାର ଗୋବର୍ଦ୍ଧନପୁରର ୧୦ ଓ ୧୧ ନମ୍ବର ବୁଥରେ ମାରପିଟ କାରଣରୁ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ବୁଥରେ ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ମାଡ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି । କଂଗ୍ରେସ କର୍ମୀ ମାନେ ବିଜେଡି ଏଜେଣ୍ଟଙ୍କୁ ବୁଥ୍ ଭିତରେ ପୂରାଇ ଦେଇନଥିବା ଅଭିଯୋଗରେ ଘଟଣାସ୍ଥଳରେ ଦୁଇ ଦଳୀୟ କର୍ମୀଙ୍କ ମାରପିଟ୍ ହୋଇଛି । କଂଗ୍ରେସ କର୍ମୀ ମାନେ ବିଜେଡି କର୍ମୀ ମାନେ ନିସ୍ତୁକ ମାଡ ମାରିବା ସହ ସାର୍ଟ ଚିରି ଦେଇଛନ୍ତି ।
ସେହିଭଳି ଧର୍ମଶାଳାରେ ବାଣୀପୀଠର ୧୭୩ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା କରାଯାଇଥିବା ଖବର ସାମ୍ନାକୁ ଆସିଛି । ତେବେ କେଉଁ କାରଣରୁ ଇଭିଏମ ଭଙ୍ଗାଯାଇଛି ତାହାର କାରଣ ଜଣାପଡିନି । ଅନ୍ୟପଟେ ପଶ୍ଚିମବଙ୍ଗରେ ଆସନପୋଲରେ ମତଦାନ ବେଳେ ହିଂସା ଦେଖିବାକୁ ମିଳିଛି । ବିଜେପି-ଟିଏମସି କର୍ମୀ ମଧ୍ୟରେ ମାରପିଟ କାରଣରୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି । ବୁଥ ମଧ୍ୟରେ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାବୁଲ ସୁପ୍ରିୟୋଙ୍କ ଗାଡି ଉପରକୁ ଟିଏମସି ସମର୍ଥକ ଆକ୍ରମଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/BOOTH.jpg)