ଆଜି ରାତି ପ୍ରାୟ ୮ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି । ଭୁବନେଶ୍ୱର ଏକାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍ ଅମୀର ମହମ୍ମଦ ଓ ତାଙ୍କ ସମର୍ଥକମାନେ ଏକ ମୋଟର ସାଇକେଲ ରାଲିରେ ଆସି କଂଗ୍ରେସ ଭବନ ଗେଟରେ ତାଲା ପକାଇ ଦେଇଥିଲେ ।
ଏହାପରେ ମୋଟର ସାଇକେଲ ରାଲିରେ ଆସିଥିବା ୧୦୦ରୁ ଉଦ୍ଧ୍ୱର୍ ସମର୍ଥକ କଂଗ୍ରେସ ଭବନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ କଂଗ୍ରେସ ଭବନରେ ଥିବା ଚେୟାର ଟେବୁଲ କମ୍ପ୍ୟୁଟର ଇତ୍ୟାଦି ଭଙ୍ଗାରୁଜା କରି ଫେରାର ହୋଇ ଯାଇଥିଲେ । ଅମୀରଙ୍କ ସମର୍ଥକମାନେ ଭୁବନେଶ୍ୱ ଜିଲ୍ଲା ସଭାପତି ଓ ପିସିସି ସଭାପତିଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Congress-Bhawan-1.jpg)