କାହିଁକି ବିରୋଧ କରୁଛ କହି ଗୁଳି ଫୁଟାଇଲେ ଦୁବୃର୍ତ୍ତ । ନବରଙ୍ଗପୁରରୁ ଆସିଲା ନିର୍ବାଚନ ପରବର୍ତ୍ତୀ ହିଂସାର ଚିତ୍ର ।

Advertisment
କାହିଁକି ବିରୋଧ କରୁଛ କହି ଗୁଳି ଫୁଟାଇଲେ ଦୁବୃର୍ତ୍ତ । ନବରଙ୍ଗପୁରରୁ ଆସିଲା ନିର୍ବାଚନ ପରବର୍ତ୍ତୀ ହିଂସାର ଚିତ୍ର ।

କନକ ବ୍ୟୁରୋ : ନବରଙ୍ଗପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା । ଭୋଟ ଗଣତି ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଫୁଟିଲା ଗୁଳି । ଦହଣା ଗାଁର ଅଶ୍ୱିନୀ ଦାଶଙ୍କ ଘରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ଘଟଣାସ୍ଥଳରେ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ପାଇଛି ପୁଲିସ ।

ଆଜି ସନ୍ଧ୍ୟାରେ ଦହଣା ଗାଁର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ ଦାଶଙ୍କ ଘରକୁ ୪ରୁ ୫ ଜଣ ଯୁବକ ଆସି ଅଶ୍ୱିନୀଙ୍କୁ ଖୋଜିଥିଲେ । ସେ ଘରେ ନଥିବାରୁ ତାଙ୍କ ପୁଅକୁ ଧମକ ଚମକ ଦେଇ ନିର୍ଦ୍ଦିଷ୍ଟ ପ୍ରାର୍ଥୀକୁ କାହିଁକି ବିରୋଧ କରୁଛ ବୋଲି ଧମକ ଚମକ ଦେଇଥିଲେ । ଏହାପରେ ଅଶ୍ୱିନୀ ଦାଶଙ୍କୁ ଫୋନରେ କଥା ହୋଇ କାହିଁକି ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରୁଛ ବୋଲି ଧମକ ଦେଇ ଘର ଅଗଣାରେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ସେମାନେ ଅନ୍ଧାରରେ ଖସିଯାଇଥିଲେ । ନନ୍ଦାହାଣ୍ଡି ବ୍ଲକରେ ଗତକାଲି ଭୋଟ ଗ୍ରହଣ ସରିଛି । ତେଣୁ ଜୈନିକ ପ୍ରାର୍ଥୀଙ୍କୁ ବିରୋଧ କରୁଥବାରୁ ଅଶ୍ୱିନୀ ଦାସଙ୍କୁ ଟାର୍ଗେଟ କରାଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି । ଖବର ପାଇ ତେନ୍ତୁଳିଖୁଂଟି ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଉଦ୍ଧାର କରି ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe