କନକ ବ୍ୟୁରୋ: ସଟଡାଉନ ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । ୬୦ ଘଣ୍ଟିଆ ସଟଡାଉନ ବେଳେ ଯିଏ ନିୟମ ଉଲ୍ଲଙ୍ଘନ କରିବ ତା ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର ପାଇଁ କଟକଣା ଲାଗୁ । ସଟଡାଉନ ସମୟରେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଦଣ୍ଡବିଧାନ କରାଯିବ ନେଇ ଡିଜିପିଙ୍କ ସୂଚନା । ଟୁଇଟ କରି ସୂଚନା ଦେଲା ଡିଜିପିଙ୍କ କାର୍ଯ୍ୟାଳୟ ।
A clarification -During shutdown goods transport passing on NH through these districts for other districts will be allowed free movement. https://t.co/0rqErrZHnm
— DGP, Odisha (@DGPOdisha) April 23, 2020
ତେବେ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ୬୦ ଘଂଟା ସଟଡାଉନକୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଜନସାଧାରଣ ମାନିବାକୁ ଅନୁରୋଧ କରିଛନ୍ତି ପୋଲିସ୍ ଡିଜି । ତେବେ ସଟଡାଉନ ସମୟରେ ଏହି ସବୁ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିପାରିବ ବୋଲି ଅନୁମତି ଦିଆଯାଇଛି ।
ସେପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ସକ୍ରମଣ ରୋକିବାକୁ ସଟଡାଉନ କରାଯାଇଛି । ୩ ଜିଲ୍ଲାକୁ ୬୦ ଘଣ୍ଟାପାଇଁ ସଟଡାଉନ କଲେ ସରକାର । । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ସଡଟାଉନ