ବେପରୁଆ ଗାଡି ଚାଳକ ସାବଧାନ୍ ! ଆଉ ଅମାନିଆଙ୍କ ମିଳିବନି ତ୍ରାହୀ, ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ବାତିଲ୍ ହେବ ଡିଏଲ୍: ପୁଲିସକୁ ମିଳିଲା ଅଧିକାର
୭ ଦିନ ମଧ୍ୟରେ ଜବତ ଡିଏଲ୍ ଆର୍ଟିଓକୁ ଯିବ
କନକ ବ୍ୟୁରୋ: ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲ୍ ଜବତ କରାଯିବା ସହିତ ବାତିଲ ବି କରି ଦିଆଯିବ। ସବୁ ଥାନାର ପୁଲିସ ଏ ଦିଗରେ କଡା ପଦକ୍ଷେପ ନେବେ। ଶନିବାର ଏଭଳି ଚିଠି ଲେଖିଛି ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ। ପରିବହନ ବିଭାଗ ପୁଲିସ ଡିଜିଙ୍କୁ ଏ ସ˚କ୍ରାନ୍ତ ଚିଠି ଲେଖିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରାଫିକ ନିୟମ ଭାଙ୍ଗୁଥିବା ସମସ୍ତ ଗାଡ଼ି ଚାଳକଙ୍କ ଡିଏଲ୍ ଜବତ କରିବା ସହିତ ତାହାକୁ ବାତିଲ ପାଇଁ ସ୍ଥାନୀୟ ଆରଟିଓକୁ ତୁରନ୍ତ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଡିଏଲ୍ ଜବତ ସହିତ ଆରଟିଓକୁ ଡିଏଲ ବାତିଲ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପରିବହନ ବିଭାଗ ପୁଲିସ ଡିଜିଙ୍କୁ ଗଲା ୧୯ ତାରିଖରେ ଚିଠି ଲେଖିଥିଲା। ସେହି ଆଧାରରେ କ୍ରାଇମବ୍ରାଞ୍ଚ ରାଜ୍ୟର ସମସ୍ତ ଏସ୍ପି ଏବ˚ ଡିସିପିଙ୍କୁ ଡିଏଲ୍ ଜବତ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲବାହୀ ଗାଡ଼ିରେ ଓଭରଲୋଡି˚ ଓ ଯାତ୍ରୀ ପରିବହନ, ନିଶା ସେବନ କରି ଗାଡ଼ି ଚାଳନା, ଗାଡ଼ି ଚଳାଇଲା ବେଳେ ମୋବାଇଲ ଫୋନ୍ ବ୍ୟବହାର, ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା ସହିତ ଟ୍ରାଫିକରେ ଲାଲ ସିଗ୍ନାଲ ଥିବା ବେଳେ ଜେବ୍ରା କ୍ରସି˚ ଡେଇଁବା ଭଳି ଘଟଣାରେ ପୁଲିସ ଡିଏଲ୍ ଜବତ କରିବ।
ଜବତ ହୋଇଥିବା ଡିଏଲ୍ ସ୍ଥାନୀୟ ଆରଟିଓକୁ ଜବତର ୭ ଦିନ ମଧ୍ୟରେ ପଠାଇବ। କ୍ରାଇମବ୍ରାଞ୍ଚ ଆଇଜିଙ୍କ ପକ୍ଷରୁ ଗଲା ଅକ୍ଟୋବର ୨୦ ତାରିଖରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କ ଡିଏଲ ଜବତ ସ˚କ୍ରାନ୍ତରେ ଆଲୋଚନା ହୋଇଥିଲା। ପୁଲିସକୁ ଏ ନେଇ କ୍ଷମତା ପ୍ରଦାନ କରିବାକୁ ବିଚାରବିମର୍ଷ କରାଯାଇଥିଲା। ମୋଟରଯାନ ଆଇନରେ ସ˚ଶୋଧିତ ହୋଇ ଧାରା ୨୦୬(୪)ରେ ପୁଲିସ ଅଫିସରଙ୍କୁ ଡିଏଲ୍ ବାତିଲ୍ ପାଇଁ କ୍ଷମତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।