ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ସାବଧାନ! କଟିପାରେ ୨୦ ହଜାରର ଫାଇନ୍

115

କନକ ବ୍ୟୁରୋ : ରାସ୍ତାରେ ଗଲାବେଳେ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି କି? ଟ୍ରାଫିକ ନିୟମକୁ ସଠିକ୍ ଭାବରେ ପାଳନ କରୁନାହାନ୍ତି କି? ଯଦି ଏପରି କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଦେବାକୁ ପଡିପାରେ ମୋଟା ଅଙ୍କର ଫାଇନ୍ । ଏବେ ବର୍ତ୍ତମାନ ଯେଉଁ ନିୟମ ବାବଦରେ କହିବାକୁ ଯାଉଛୁ ତାକୁ ଭଲ ଭାବେ ମନେ ରଖନ୍ତୁ, ନଚେତ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।
ଆଜିକାଲି ସାଇକେଲ ଏବଂ ରିକ୍ସା ଚାଲକଙ୍କ ପାଇଁ ସ୍ୱତନ୍ତ୍ର ଏକ ଲେନ୍ ତିଆରି କରାଯାଉଛି । ଯେଉଁ ଲେନରେ କେବଳ ସାଇକେଲ୍ ଏବଂ ରିକ୍ସା ଚଳାଚଳ ହୋଇଥାଏ । ଏଭଳି ସ୍ଥିତିରେ ଯଦି କୌଣସିବି ଗାଡି ଚାଳକ ରିକ୍ସା ଏବଂ ସାଇକେନ୍ ଚଳାଚଳା ପାଇଁ ହୋଇଥିବା ଲେନରେ ଗାଡି ଭର୍ତ୍ତି କରନ୍ତି ତେବେ ଧରାପଡିଲେ ତାଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ମୋଟର ଯାନ ଅଧିନିୟମ ୧୯୮୮, ଧାରା ୧୧୩, ୧୧୪ ଏବଂ ୧୧୫ ଅନୁଯାୟୀ ରାଜ୍ୟ ସରକାରଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କିଛି ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରାଯାଇଛି । ମୋଟର ଯାନ ଅଧିନିୟମ ଧାରା ୧୧୫ ଅନୁଯାୟୀ, ରାଜ୍ୟ ସରକାର ଅଲଗା ଅଲଗା କାଟାଗୋରିର ବାହାନ ପାଇଁ ସ୍ୱତନ୍ତ୍ର ଲେନ୍ ତିଆରି କରିପାରିବେ । ଆଉ ଉଲଂଘନକାରୀଙ୍କଠୁ ଫାଇନ୍ ଆଦାୟ କରିପାରିବେ । ପୂର୍ବରୁ ଏହି ନିୟମ ଉଲଂଘନ କଲେ ୨ହଜାର ଟଙ୍କା ଫାଇନ୍ ଦେବାକୁ ପଡୁଥିଲା କିନ୍ତୁ ଏବେ ୨୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।
ସେହିଭଳି ମୋଟର ଯାନ ନିୟମ ଧାରା ୧୯୪-ଇ ଅନୁଯାଇ ଆପାତକାଳିନ ଯାନଗୁଡିକୁ ଯଥା ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର ଗାଡିକୁ ରାସ୍ତା ନଛାଡିଲେ କିମ୍ବା ତାଙ୍କର ରାସ୍ତା ଅବରୋଧ କଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ । ଯଦି ଏହିଭଳି ନିୟମକୁ ଉଲଂଘନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ଜରିମାନା ଗଣିପାରନ୍ତି ।