ବିଜୁଳି ପାଇଁ ବାଣୀବିହାରରେ ଉତ୍ତେଜନା । ତାତିଲେ ଛାତ୍ରଛାତ୍ରୀ, ଗେଟରେ ପକାଇଲେ ତାଲା ।

ବାଣୀବିହାରରେ ତାଲା ପକାଇଲେ ଛାତ୍ରଛାତ୍ରୀ ।

140

କନକ ବ୍ୟୁରୋ: ବାଣୀବିହାରରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଫୋନିକୁ ୧୧ ଦିନ ବିତିଗଲାଣି । କିନ୍ତୁ ଏ ଯାଏଁ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ଆସିପାରିଲାନି । ଫଳରେ ତାତିଛନ୍ତି ଛାତ୍ରଛାତ୍ରୀ । ଆଉ ଶୀଘ୍ର ବିଜୁଳି ଦାବିରେ ମୁଖ୍ୟ ଗେଟରେ ତାଲା ପକାଇଦେଇଛନ୍ତି । ୩ ତାରିଖରେ ଫୋନି ଆସିବା ପରେ ଭୁବନେଶ୍ୱରରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ଯୁଦ୍ଧକାଳୀନ ଭିତିରେ କାମ କରାଯାଇ ମହାନଗର ଅଂଚଳର ପ୍ରାୟ ଅଧିକାଂଶ ଅଂଳକୁ ବିଦ୍ୟୁତ ଯୋଗାଇଦିଆଯାଇସାରିଲାଣି । କିନ୍ତୁ ଏ ଯାଏଁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବାଣୀବିହାରକୁ ବିଜୁଳି ଆସିନାହିଁ । ଫଳରେ ତାତିଛନ୍ତି ଛାତ୍ରଛାତ୍ରୀ ।

ବାତ୍ୟା ଫୋନିକୁ ପ୍ରାୟ ୧୧ ଦିନ ବିତିଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ । ଏନଡିଆରଏଫ ଟିମ୍ ଓଡ୍ରାଫ୍ ଟିମଙ୍କୁ ଗଛ ସଫା କରିବା ସହ ବିଦ୍ୟୁତ ଖୁଣ୍ଟକୁ ସଜାଡି ବିଜୁଳି ସଂଯୋଗ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ବିଦ୍ୟୁତ ଆସିବାରେ ବିଳମ୍ବ ହେବାରୁ ଆଜି ଛାତ୍ରଛାତ୍ରୀ ବାଣୀବିହାର ଗେଟରେ ତାଲା ପକାଇଦେଇଛନ୍ତି ।