ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।

511

କନକ ବ୍ୟୁରୋ : ନିର୍ବାଚନ ପରେ ନିଆଁ ଜଳୁଛି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ସଭାପତି ଜେପି ନଡ୍ଡା ପଶ୍ଚିମବଙ୍ଗରେ ପହଂଚି ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବା କଥା କହିସାରିଛି ବିଜେପି । ସେପଟେ ଟିଏମସି କହିଛି ଯେ, ବିଜେପିର ଭିତିରି କନ୍ଦଳରୁ ହିଂସାକାଣ୍ଡ ଘଟିଛି ।

ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ରାଜ୍ୟପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଟିଏମସି କହିଲା, ବିଜେପିର ଭିତିରି କନ୍ଦଳରୁ ହିଂସାକାଣ୍ଡ । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତୀ ହିଂସାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଂଗ ରାଜ୍ୟପାଳ ଜଗଦୀପ ଧନକଡ଼ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇ ପଶ୍ଚିମବଙ୍ଗ ପରିସ୍ଥିତି ନେଇ ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ହିଂସା ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଥିବା କହିଛନ୍ତି ରାଜ୍ୟପାଳ ଧନକଡ଼ ।

ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଭିନ୍ନ ଜାଗାରେ ହିଂସାକାଣ୍ଡ ଘଟିଥିଲା । ବିଶେଷକରି ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣର ଖବର ଆସିଥିଲା । ବିଜେପି ଅଭିଯୋଗ କରିଛି ଯେ, ଟିଏମସି କର୍ମୀଙ୍କ ଆକ୍ରମଣରେ ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ବିଜେପି ସାଂସଦ ପରବେଶ ରାଣା ତୃଣମୂଳ କଂଗ୍ରେସକୁ “ଯେସାକୁ ତେସା’ ଉତର ମିଳିବ ବୋଲି ଚେତାବନୀ ଦେଇଛନ୍ତି ।

ବିଜେପିର ଅଭିଯୋଗକୁ ଟିଏମସି ଖଣ୍ଡନ କରିଛି । ଟିଏମସି ପକ୍ଷରୁ କୁହାଯାଇଛି ଯେ, ବିଜେପିର ଭିତିରି କନ୍ଦଳ ଯୋଗୁଁ ଏହି ହିଂସାକାଣ୍ଡ ଘଟୁଛି । ତେବେ ପଶ୍ଚିମବଂଗ ହିଂସାକାଣ୍ଡ ନେଇ କେନ୍ଦ୍ର ସରକାର ରାଜ୍ୟ ଠାରୁ ରିପୋର୍ଟ ମଗାଇଛନ୍ତି । ବୁଧବାର ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବାବେଳେ ବିଜେପି ହିଂସାକାଣ୍ଡକୁ ନେଇ ସାରାଦେଶରେ ଧାରଣା ଦେବା କଥା କହିଛି ।