ପରଲୋକରେ ଏହି ବରିଷ୍ଠ ଅଭିନେତାଙ୍କ ପ୍ରଥମ ପତ୍ନୀ ! ସ୍ୱାମୀଙ୍କ ମୃତ୍ୟୁର ବର୍ଷେ ପରେ ଆଖି ବୁଜିଲେ ପତ୍ନୀ ।

ପରଲୋକରେ ଏହି ବରିଷ୍ଠ ଅଭିନେତାଙ୍କ ପ୍ରଥମ ପତ୍ନୀ ! ସ୍ୱାମୀଙ୍କ ମୃତ୍ୟୁର ବର୍ଷେ ପରେ ଆଖି ବୁଜିଲେ ପତ୍ନୀ ।

lehren.com

ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କ ମୃତ୍ୟୁର ମାତ୍ର ଏକ ବର୍ଷ ପରେ ତାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳୀଙ୍କର ଡିସେମ୍ବର ୧୫ ତାରିଖ ରବିବାର ମୃତ୍ୟୁ ଘଟିଛି। ରହୁଲ୍ ଖାନ୍ନା ଏବଂ ଅକ୍ଷୟ ଖାନ୍ନାଙ୍କ ମାଆ ଗୀତାଞ୍ଜଳୀଙ୍କର ଦୃଦ୍ରୋଗରେ ମୃତ୍ୟୁ ଘଟିଛି। ଜଣେ ସାମ୍ବାଦିକଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଖବରଟି ପ୍ରକାଶ ପାଇବା ପରେ ଏହା ଧୀରେ ଧୀରେ ଚାରି ଆଡ଼େ ଖେଳି ଯାଇଛି। ଗୀତାଞ୍ଜଳୀ ତାଙ୍କର ଦୁଇ ପୁଅ ରାହୁଲ ଓ ଅକ୍ଷୟଙ୍କ ସହ ଆଲିବଗ୍ରେ ରହୁଥିଲେ। ସେ ସେଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କାଲି ରାତିରୁ ଗୀତାଞ୍ଜଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଡାକ୍ତର ଆସି ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

publive-image

ବିନୋଦ ଖାନ୍ନା ଗୀତିଞ୍ଜଳୀଙ୍କୁ ତାଙ୍କ କଲେଜ ଜୀବନ ୧୯୬୮ରେ ଭେଟିଥିଲେ। ସେମାନଙ୍କ ଭିତରେ ପ୍ରେମ ସଂପର୍କରେ ସୃଷ୍ଟି ହେବା ପରେ ଏହି ଲଭବାର୍ଡ ୧୯୭୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କ ରାହୁଲ ଓ ଅକ୍ଷୟ ଦୁଇ ପୁତ୍ର ମଧ୍ୟ ହେଲେ। ପରେ ୧୯୮୫ ମସିହାରେ ସେମାନଙ୍କ ବିବାହରେ ସମସ୍ୟା ଦେଖା ଦେବା ପରେ ସେ ଦୁହେଁ ଅଏଗା ହୋଇ ଯାଇଥିଲେ। ପରେ ବିନୋଦ୍ ଦ୍ୱିତୀୟ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe