କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବଡ଼ ସଫଳତା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା କୁସ୍ତି ଭାବେ ଫାଇନାଲକୁ ଗଲେ ବିନେଶ ଫୋଗାଟ୍ । ସେମିଫାଇନାଲ ମ୍ୟାଚରେ କ୍ୟୁବାର ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ଫୋଗାଟ୍ । ୫୦ କିଲୋଗ୍ରାମ ବର୍ଗରେ ୫-୦ରେ ବଡ଼ ବିଜୟ ହାସଲ କରିଛନ୍ତି ବିନେଶ ।
ଏହି ବିଜୟ ପରେ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ପୂର୍ବରୁ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତେଣୁ ଚଳିତ ଅଲିମ୍ପିକ୍ସରେ ବିନେଶଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛି ଦେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/2-13.jpg)