କନକ ବ୍ୟୁରୋ: ଷ୍ଟାର ମହିଳା ରେସଲର୍ ବିନେଶ ଫୋଗାଟ୍ ପୁଣିଥରେ ରେକର୍ଡ କରିଛନ୍ତି । ‘ରେସଲିଙ୍ଗ ୱାର୍ଲ୍ଡ ଚାମ୍ପିଅନସିପ’ରେ ମେଡାଲ ଜିତି ପୁଣିଥରେ ଦେଶ ପାଇଁ ଆଣିଛନ୍ତି ଗୌରବ । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ୨ ଥର ମେଡାଲ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ।

Advertisment

ସର୍ବିଆ ରାଜଧାନୀ ବିଲଗ୍ରେଟରେ ଆୟୋଜିତ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ବ୍ରୋଞ୍ଚଞ୍ଚ ମେଡାଲ ଜିତି ପୁଣିଥରେ ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥର ସ୍ୱର୍ଣ୍ଣ ପାଇଁ ଅଣ୍ଟା ଭିଡିଥିଲେ ବି ୫୩ କେଜି ବର୍ଗରେ ମଙ୍ଗେଲିଆ କୁସ୍ତି ଯୋଦ୍ଧା ଖୁଲାନ୍ ବଟଖୁୟାଗଙ୍କ ଠାରୁ ତାଙ୍କୁ ୦-୭ ପଏଣ୍ଟରେ ହାରିଯାଇଥିଲେ । ଫଳରେ ତାଙ୍କୁ ବ୍ରୋଞ୍ଚ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡିଥିଲା ।