କନକ ବ୍ୟୁରୋ : ମହିଳା କୁସ୍ତିରେ ଭାରତର ରେସଲର ଭିନେଶ ପୋଗାଟଙ୍କୁ ରୌପ୍ୟ ପଦକ ଦେଇ ଆଶା ଉଜ୍ଜିବିତ ରହିଛି । କୋର୍ଟ ଅଫ୍ ଆବ୍ରିଟେସନରେ ଶୁଣାଣି ସରିଥିବା ବେଳେ ୧୩ ତାରିଖରେ ରାୟ ପ୍ରକାଶ ପାଇବ । ଭିନେଶଙ୍କୁ ଯୁଗୋଳ ରୌପ୍ୟ ପ୍ରଦାନ ପାଇଁ ସିଏଏସ୍ରେ ଭାରତ ପକ୍ଷରୁ ଆବେଦନ କରାଯାଇଛି । ତେବେ ଏହି ରାୟ ବିନେଶଙ୍କ ସପକ୍ଷରେ ଆସିବା ନେଇ ନୂଆ ଆଶା ଦେଖାଦେଇଛି । ଭିନେଷଙ୍କ ପାଇଁ ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କୋର୍ଟରେ ଯୁକ୍ତି ବାଢ଼ିଥିବା ବେଳେ ଭାରତ ସପକ୍ଷରେ ମତ ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି । ସେପଟେ କୋର୍ଟ ଅଫ୍ ଆବ୍ରିଟେସନରେ ଭିନେଶଙ୍କୁ ତିନୋଟି ପ୍ରଶ୍ନ ପଚରା ଯାଇଛି । ଭିନେଶଙ୍କୁ ଇମେଲ ମାଧ୍ୟମରେ ଏହାର ଉତ୍ତର ଦେବାକୁ ପଡିବ । ଭିନେଶଙ୍କୁ ସିଏଏସ୍ର ପ୍ରଥମ ପ୍ରଶ୍ନ ହେଉଛି, ଆପଣ ନିୟମ ବିଷୟରେ ଜାଣିଥିଲେ କି ଆପଣଙ୍କୁ ପରଦିନ ମଧ୍ୟ ଓଜନ ଯାଞ୍ଚ କରିବାକୁ ପଡିବ? ଦ୍ୱିତୀୟ ପ୍ରଶ୍ନ ଟି ରୌପ୍ୟ ପଦକ ସହିତ ଜଡିତ । କ୍ୟୁବା କୁସ୍ତିଯୋଦ୍ଧା ଆପଣଙ୍କ ସହ ରୌପ୍ୟ ପଦକ ବାଣ୍ଟିବେ କି? ବୋଲି ଭିନେଶଙ୍କୁ ପ୍ରଶ୍ନ କରିଛନ୍ତି ସିଏଏସ୍ । ସେହିପରି ଆବେଦନର ନିଷ୍ପତ୍ତି ସର୍ବସାଧାରଣ ଘୋଷଣା ମାଧ୍ୟମରେ ନା ଗୋପନୀୟ ଭାବରେ ଜାଣିବାକୁ ଚାହୁଁଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ଅଫ୍ ଆବ୍ରିଟେସନ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ଭିନେଶ ଫୋଗେଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଏହି କାରଣରୁ ଭିନେଶଙ୍କୁ ଅଯୋଗ୍ୟ କରାଯାଇଥିଲା। ଓଜନ ହ୍ରାସ କରିବାକୁ ଭିନେଶ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିଥିଲେ। କିନ୍ତୁ ସେ ସଫଳତା ପାଇଲେ ନାହିଁ। ବର୍ତ୍ତମାନ ଏହି ମାମଲା ସିଏଏସ୍ରେ ଥିବା ବେଳେ ୧୩ ତାରିଖରେ ଏହାର ଶୁଣାଣି କରାଯାଇ ନିଷ୍ପତ୍ତି ଆସିବ। ଯାହାକୁ ଅପେକ୍ଷା କରିଛି ପୂରା ଦେଶ ।

Advertisment