ବିଦେଶରୁ ଆସିଲେ, ସରକାରଙ୍କୁ ତଥ୍ୟ ଦେଲେ ଭିନିଲ । ବାହାରୁ ଆସିଥିଲେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ସମସ୍ତଙ୍କୁ କଲେ ଅନୁରୋଧ ।

568

କନକ ବ୍ୟୁରୋ : କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଇ ଚାଲିଛନ୍ତି ରାଜ୍ୟ ସରକାର । ଏପରିକି ବାହାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରକାର ୱେବସାଇଟରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ଆଉ ଆଜି ଏହି ୱେବସାଇଟରେ ନିଜ ଆଡୁ ପଞ୍ଜୀକରଣ କରିଛନ୍ତି ଓଏମସି ଏବଂ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା । ଏନେଇ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ଭିନିଲ କ୍ରିଷ୍ଣା ।

ରାଜ୍ୟ ସରକାରଙ୍କ covid19.odisha.gov.in ୱେବସାଇଟରେ ନିଜ ବାବଦରେ ସମସ୍ତ ତଥ୍ୟ ଦେବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଭିନିଲ କ୍ରିଷ୍ଣା । ବାହାରୁ ଫେରିଥିବାରୁ ସରକାରଙ୍କୁ ନିଜ ବାବଦରେ ସମସ୍ତ ସୂଚନା ଦେଇଛନ୍ତି ଭିନିଲ । ଏପରିକି କରୋନା ଭୂତାଣୁ ଜନିତ କୌଣସି ଲକ୍ଷଣ ଦେଖା ଯାଇନଥିଲେ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଭିନିଲ୍ । ଏହାସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ କରୋନା ମୁକାବିଲା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଛନ୍ତି ଭିନିଲ୍ ।

ଭିନିଲଙ୍କ ଭଳି ଗଜପତି ମହାରାଜ ମଧ୍ୟ ବିଦେଶରୁ ଫେରିବା ପରେ ସ୍ୱେଚ୍ଛାକୃତ ଭାବେ ସରକାରଙ୍କ କୋଭିଡ୧୯ ଅନଲାଇନ ପୋର୍ଟାଲରେ ନିଜର ଓ ନିଜ ପରିବାରର ପଞ୍ଜୀକରଣ କରିଛନ୍ତି । ଏହାସହ ନିଜ ଘରେ ପରିବାର ସହ ହୋମ ଆଇସୋଲେସନରେ ରହିଛନ୍ତି ଗଜପତି । ଭୁବନେଶ୍ୱର ବାସଭବନରେ ଆଗାମୀ ୧୪ ଦିନ ଯାଏଁ ଆଇସୋଲେସନରେ ରହିବେ ବୋଲି ଗଜପତିଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।