ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପୁଣି ଚାଲ୍ ଖେଳିଲେ ନିର୍ଭୟା ଦୁଷ୍କର୍ମକାରୀ । ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ଅପିଲ୍ କଲା ଦୋଷୀ ବିନୟ ଶର୍ମା ।

2,850

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ନରପିଶାଚଙ୍କ ବିରୋଧରେ ଚତୁର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ, ପୁଣି ଥରେ ଫାଶୀ ଟାଳିବାକୁ ନୂଆ ଚାଲ୍ ଖେଳିଛନ୍ତି ଦୁଷ୍କର୍ମକାରୀ । ଯାହାଫଳରେ ପୁଣି ଥରେ ଫାଶୀ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା ।

ଫାଶୀ ଟାଳିବାକୁ ନୂଆ ଚାଲ୍ । ମୃତ୍ୟୁ ଦଣ୍ଡ ରଦ୍ଦ କରିବାକୁ ଅପିଲ୍ କଲା ବିନୟ । ଆସନ୍ତା ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ୪ ସୈତାନଙ୍କୁ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ଆଉ ଏହା ପୂର୍ବରୁ ଫାଶୀ ଟାଳିବାକୁ ପୁଣି ଥରେ ନୂଆ ଚାଲ୍ ଖେଳିଛନ୍ତି ଦୋଷୀ । ମୃତ୍ୟୁ ଦଣ୍ଡ ରଦ୍ଦ କରିବା ସହ ଏହାକୁ ଆଜୀବନ ଜେଲ୍ ଦଣ୍ଡରେ ପରିବର୍ତ୍ତନ କରିବା ପାଇଁ ଅପିଲ କରିଛି ଦୋଷୀ ବିନୟଶର୍ମା ।