କନକ ବ୍ୟୁରୋ : ବୁର୍ଲା ବଡ଼ ମେଡିକାଲରେ ଉତ୍କଟ ଜଳ ସଙ୍କଟ। କେତେବେଳେ କାଜୁଆଲଟିର ଟ୍ୟାପରୁ ପାଣି ବାହାରୁନି ତ ଆଉ କେତେବେଳେ ମେଡିସିନ୍ ୱାର୍ଡରେ ପାଣି ପହଞ୍ଚୁନି। ତେବେ ବର୍ତ୍ତମାନ ପରିସ୍ଥିତି ସବୁ ସୀମା ଲଂଘି ସାରିଲାଣି। ମେଡିକାଲର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଣିର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। କିନ୍ତୁ ଏଠାରେ ପାଣିର ଏଭଳି ସଙ୍କଟ ଦେଖାଦେଲାଣି ଯେ ଆଉ ଅସ୍ତ୍ରୋପଚାର କରିବା ବି ସମ୍ଭବ ହେଉନି। ଅସ୍ତ୍ରୋପଚାର ପରେ ଡାକ୍ତର ଓ ନର୍ସମାନେ ହାତ ଧୋଇବାକୁ ବି ପାଣି ମୁନ୍ଦାଏ ପାଉ ନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ସାଲାଇନ୍କୁ ପାଣି ଭାବେ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଏହି ସମସ୍ୟା ପାଇଁ ଗତ ୫ ଦିନ ହେବ ମେଡିକାଲର ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅସ୍ତ୍ରାପଚାର ଏକ ପ୍ରକାର ବନ୍ଦ ହୋଇଯାଇଛି।
/kanak/media/post_attachments/wp-content/uploads/2019/07/VIMSAR-640x386.jpg)
/kanak/media/post_attachments/wp-content/uploads/2019/07/VIMSAR-450x300.jpg)