କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଲା ଭୀମସାର ଜୁନିଅର ଡାକ୍ତର ସଂଘ ବା ଜେଡିଏ । କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ସେବା ବନ୍ଦ କରିଛି ଜେଡିଏ । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହ ନିଜ ଦାବିରେ ଜେଡିଏ ଅଟଳ ରହିଛି । ବୁର୍ଲା ଭୀମସାର ଅଧ୍ୟକ୍ଷାଙ୍କ ବଦଳି ସମେତ ବୁର୍ଲାକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ସେଂଟ୍ରାଲ ଲାଇବ୍ରେରୀ ନିର୍ମାଣ, ସିସିଟିଭି ଲଗାଇବା ଭଳି ବିଭିନ୍ନ ଦାବି ନେଇ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କୁ ୭ଦିନର ମହଲତ ଦେଇଥିଲେ । ଏହି ମହଲତ ଶେଷ ହୋଇଥିବାରୁ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଆନ୍ଦୋଳନକୁ ଓହ୍ଲାଇଲା ଭୀମସାର ଜୁନିଅର ଡାକ୍ତର ସଂଘ । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ।
/kanak/media/post_attachments/wp-content/uploads/2024/03/Screen-Shot-2024-03-14-at-7.36.20-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)