ମନ୍ତ୍ରୀଙ୍କ ପ୍ରତିଶୃତି ପରେ ବି ଅବ୍ୟବସ୍ଥା । ପ୍ରସୂତି ବିଭାଗରେ କଟିଲା ଲାଇନ, ଅସ୍ତ୍ରୋପଚାର ବନ୍ଦ ରଖିଲେ ଡାକ୍ତର

Advertisment
ମନ୍ତ୍ରୀଙ୍କ ପ୍ରତିଶୃତି ପରେ ବି ଅବ୍ୟବସ୍ଥା । ପ୍ରସୂତି ବିଭାଗରେ କଟିଲା ଲାଇନ, ଅସ୍ତ୍ରୋପଚାର ବନ୍ଦ ରଖିଲେ ଡାକ୍ତର

source : google

କନକ ବ୍ୟୁରୋ :ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଗମ ନହେବାରୁ ଭିମସାରରେ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାରକୁ ବାତିଲ୍ କରାଯାଇଥିବା ଜଣାପଡ଼ିଛି। ଗତ ଜୁଲାଇ ୪ ତାରିଖରେ ଭିମସାର ଗସ୍ତ ସମୟରେ ମେଡିକାଲକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଗତକାଲି ପ୍ରାୟ ୧୧ଟା ବେଳେ ହଠାତ୍ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବା ପରେ ଜେନେରେଟର ଲାଇନ୍ ଲଗାଯାଇଥିଲା।
publive-imageକିନ୍ତୁ ବ୍ୟାଟେରି ବ୍ୟାକ୍ ଅପ୍ ନଥିବାରୁ ଜେନେରେଟର ଯୋଗେ ଚିକିତ୍ସା ବି ସମ୍ଭବ ହେଲାନି। କୌଣସି ମତେ ଟର୍ଚ୍ଚ ଓ ଅନ୍ୟ ଲାଇଟରେ ସିଜରିଆନ୍ ଅସ୍ତ୍ରୋପଚାର କରାଯାଇଥିଲେ ବି ସମସ୍ତ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ବାତିଲ କରିଦିଆଯାଇଥିଲା। ଜଣେ ପ୍ରସୂତି ଗୁରୁତର ହେବାରୁ ଅନ୍ୟ ଏକ ବିଭାଗରୁ ଜେନେରେଟର ଅଣାଯାଇ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ପରେ ଦେଢ଼ଟା ବେଳକୁ ଲାଇନ୍ ଆସିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ସେତେବଳକୁ ଅସ୍ତ୍ରୋପଚାର ପାଇଁ ଆସିଥିବା କିଛି ପ୍ରସୂତି ଘରୋଇ ନର୍ସିଂ ହୋମ୍କୁ ଚାଲି ଯାଇଥିଲେ। ଏନେଇ ମେଡିକାଲ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଏ ସମ୍ପର୍କରେ ଅବଗତ ନଥିବା କହିଥିଲେ। ଅପରପକ୍ଷେ, ଘଟଣା ସମ୍ପର୍କରେ ୱେସ୍କୋର ବୁର୍ଲା ଏସଡିଓ ରଞ୍ଜନ ପଣ୍ଡା କହିଥିଲେ ଯେ, ବାରମ୍ବାର ଅନୁରୋଧ ସତ୍ତ୍ବେ ମେଡିକାଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର କେବୁଲ ବ୍ୟବସ୍ଥା କରୁନାହାନ୍ତି। ଜିଇଡିର ସ୍ବତନ୍ତ୍ର ଲାଇନ୍ ଟଣାଯିବାକୁ କହିଲେ ବି କେହି ଶୁଣୁ ନାହାନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe